ତେଲ ଦର ନକମିଲେ ୧୫ରେ ଓଡିଶା ବନ୍ଦ

ଭୁବନେଶ୍ୱର,୩୦ ।୧: ବିଜେଡିକୁ ବିଚିତ୍ର ଜନତା ଦଳ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ନିରଞ୍ଜନ ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ, ’୨୦ ବର୍ଷ ହେଲା ବିଜେଡି କିଛି କରିନି, କେବଳ ମଦ ଦୋକାନ ଖୋଲିଛି । ଗଞ୍ଜାମରେ ଯାହା ହୋଇଛି, କଂଗ୍ରେସ ହିଁ କରିଛି ।’ ଏହା ସହ ପେଟ୍ରୋଲ ଦର କମାଇବାକୁ ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି । ପେଟ୍ରୋଲ ଦର ଅତି କମରେ ୧୦ ଟଙ୍କା କମାଇବାକୁ ନିରଞ୍ଜନ ଦାବି କରିଛନ୍ତି । ଦର ନକମିଲେ ଆସନ୍ତା ୧୫ରେ ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି ନିରଞ୍ଜନ ଚେତାବନୀ ଦେଇଛନ୍ତି ।

Comments are closed.