ଅବକାରୀ ବିଭାଗର ଚଢ଼ାଉ, ଦେଶୀ ମଦ ଜବତ ସହ ୪ଗିରଫ

ମାଲକାନଗିରି, ଅପୂର୍ବ ଥଣ୍ଡର : ମାଲକାନଗିରି ଅବକାରୀ ସୁପରଟେଣ୍ଡ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ମାଲକାନଗିରି ଓ ବାଲିମେଳା ଅବକାରି ବିଭାଗର ମିଳିତରେ ଗୁମ୍ମା, ବାଲିମେଳା ଓ ଚିତ୍ରକୋଣ୍ଡା ଅଂଚଳର ଚଢ଼ାଉ କରି ୪ ଟି ମାମଲା ରେ ୪ ଜଣଙ୍କୁ ଗିରଫ କରିବା ସହ ୨୦୦୦ ଲିଟର ମହୁଲ ଓ ପୋଚ,୩୦୦ ଲିଟର ଦେଶୀ ମହୁଲି ମଦ,୬ଲିଟର ଭାଟି ରନ୍ଧା ମହୁଲି ମଦ ୬ଲିଟର ବିୟର, ଓ ୨୦ ଲିଟର ଖଜୁରୀ ତାଡି ଜବତ କରିଥିବା ସୂଚନା ଦେଇଛନ୍ତି ବାଲିମେଳା ଅବକାରୀ ଇନ୍ସପେକ୍ଟର ଏଚ ଜାଗା ରାଓ ସୂଚନା ଦେଇଛନ୍ତି। ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ସେଠଙ୍କ ସହ ଦିଲୀପ କୁମାର ଗୌଡ଼ (DSE),ଗଙ୍ଗା ପାଇକରାୟ,(IE),ଏଚ ଜାଗା ରାଓ (OIC),ମାଥିଲି ଦିଲୀପ କୁମାର ନାୟକ ଚଢ଼ାଉ ରେ ସାମିଲ ଥିଲେ।

Comments are closed.