ଜାଣନ୍ତୁ କଣ ରହିଛି ଫେବୃଆରୀ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ?

ଭୁବନେଶ୍ୱର,୩୦ ।୧: କରୋନା ଲଢେଇ ପାଇଁ ଆସିଲା ରାଜ୍ୟର ଫେବ୍ରୁଆରୀ ଗାଇଡଲାଇନ୍ । ନ୧ରୁ ୨୮ ଫେବ୍ରୁଆରୀ ଯାଏଁ ଏହି ଗାଇଡଲାଇନ୍ ଲାଗୁ ହେବ । ନୂଆ ଗାଇଡଲାଇନ୍ ଅନୁସାରେ ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶରେ ୫୦୦ ଲୋକଙ୍କୁ ଆସିବାକୁ ଅନୁମତି ମିଳିବ । ଖୋଲା ଜାଗା ଦେଖି ସମାଗମ ନିର୍ଦ୍ଧାରଣ ହେବ । ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ଅନୁମତି ମିଳିବ । ଏସଓପି ମାନି ଖୋଲିବ ସିନେମା ହଲ୍ ଓ ଥିଏଟର୍ । ଯାତ୍ରା ଓ ଅପେରା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେବେ । କୋଭିଡ ଗାଇଡଲାଇନ୍ ମାନି କାର୍ଯ୍ୟକ୍ରମ ଚାଲିବ ।

ତେବେ ୧ ଫେବ୍ରୁଆରୀରୁ ଖୋଲିବ ଅଙ୍ଗନାବାଡି କେନ୍ଦ୍ର । କଲେଜ ଓ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ । ପ୍ରାଇମେରୀ ସ୍କୁଲ ଖୋଲିବା ନେଇ ଏସଓପି ଆସିବ । କେନ୍ଦ୍ର ଗାଇଡଲାଇନ୍ ମାନି ସତର୍କତାର ସହ କଣ୍ଟେନମେଣ୍ଟ ହୋଇପାରିବ । ଜିଲ୍ଲାପାଳ ଓ ସ୍ଥାନୀୟ କର୍ତ୍ତୃପକ୍ଷ ଅବରୋଧ ଅଞ୍ଚଳ ସୀମା ନିର୍ଦ୍ଧାରଣ କରିବେ । ଖୋଲା ଜାଗାରେ ପଡିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ । ସମାବେଶରେ ମାସ୍କ, ସାମାମଜିକ ଦୂରତା ଓ ଥର୍ମାଲ ସ୍କାନିଂ ଜରୁରୀ ହେବ ।

Comments are closed.