ସପ୍ତାହକୁ ଥରେ କାନ୍ଦିବା ଦରକାର…, ଜଣାନ୍ତୁ କାହିଁକି
ଭୁବନେଶ୍ୱର :ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ। କାନ୍ଦିଲେ ମନରୁ ଅବସାଦ ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍ ଓ ଲ୍ୟୁସିନ୍ ନାମକ ହରମୋନ୍ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍ ହରମୋନ୍ କୁହାଯାଇଥାଏ। ଏହାଦ୍ୱାରା ମାନସିକ ଚାପରୁ ମିଳିଥାଏ ମୁକ୍ତି
। ସେହିପରି କାନ୍ଦିବା ଦ୍ୱାରା ଆଖିରେ ଥିବା ମଇଳା ବାହାରି ଆସେ। ଲୁହରେ ଲାଇସୋଜାଇମ୍ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥ ରହିଥାଏ। ଏହା ଅପକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରେ। କାନ୍ଦିବା ଯୋଗୁ ମନ ହାଲକା ହେବା ଦ୍ୱାରା ନୂଆ ଚିନ୍ତାଧାରା ସୃଷ୍ଟି ହୁଏ।
Comments are closed.