ମା’ଙ୍କର ଅତି ପ୍ରିୟ ମନ୍ଦାର ଫୁଲ
ସବୁବେଳେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତ ଟିଏ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାଏ । ଭକ୍ତ ଓ ଭଗବାନଙ୍କ ମଝିରେ ପୂଜାକୁ ମାଧ୍ୟମ କରିଥାଏ ଭକ୍ତ । କେଉଁ ଫୁଲ ଦେଇ ମାଙ୍କୁ ଆରାଧନା କରିବ ଭକ୍ତ । ଫୁଲ ମଧ୍ୟରୁ ଆଜି ଆମେ ଜାଣିବା ଅତି ଦୁର୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ।
ଦେବୀ ନବଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ, ୯ ଟି, ୧୧ ଟି କିମ୍ବା ୨୧ ଟି ମନ୍ଦାର ଫୁଲର ମାଳ ଅର୍ପଣ କରନ୍ତୁ ଦେଖିବେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଯାଇଥାଏ। ଆପଣ ଦେବୀ ମାତାଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାନ୍ତୁ କିନ୍ତୁ ମାତା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳକୁ ଅତି ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି ଏବଂ ଆମର ସମସ୍ତ ପ୍ରକାରର ମନସ୍କାମନା ପୂରଣ କରିଥାନ୍ତି।
ବନ୍ଧୁଗଣ ମାଲକ୍ଷ୍ମୀ ଏବଂ ମାଦୁର୍ଗା ଏହି ଦୁହିଁଙ୍କୁ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ ଏବଂ ଏହା ସହିତ ହନୁମାନଙ୍କର ମଧ୍ୟ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ କାହିଁକି ନା ହନୁମାନ ଲାଲ୍ ରଙ୍ଗ ପ୍ରତି ଅତି ଆକୃଷ୍ଟ ଅଟନ୍ତି। ମଙ୍ଗଳବାର ଦିନ ହନୁମାନଙ୍କୁ କିମ୍ବା ନବଦୁର୍ଗାଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ କିମ୍ବା ମନ୍ଦାର ଫୁଲର ମାଳକୁ ଅର୍ପଣ କଲେ ସୁଖ ସମୃଦ୍ଧି, ଧନ ସଂପତ୍ତି ଭଳି ସମସ୍ତ ଜିନିଷର ପ୍ରାପ୍ତି ହୋଇଥାଏ। ଏଥିରେ ଗ୍ରହ ପୀଡ଼ା ମଧ୍ୟ ଦୂର ହୋଇଥାଏ, ଶୁଭଫଳ ପ୍ରାପ୍ତି ହୋଇଥାଏ। ଯେଉଁମାନେ ନବଦୁର୍ଗା ଏବଂ ସୂର୍ଯ୍ୟ ନାରାୟଣଙ୍କର ଉପାସନା କରନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭଫଳ ଦାୟକ ଅଟେ। ଏହା ମାନ୍ୟତା ଅଛି କି ଏହି ମନ୍ଦାର ଫୁଲରୁ ମାତ୍ର ଗୋଟିଏ ମନ୍ଦାର ଫୁଲ ପ୍ରତିଦିନ ଯଦି ନବ ଦୁର୍ଗାଙ୍କୁ ଅର୍ପଣ କରାଯାଏ ତେବେ ଆପଣଙ୍କ ସମସ୍ତ ଶତ୍ରୁମାନଙ୍କୁ ଦେବୀ ଦମନ କରିଥାନ୍ତି।
ଘରେ ଥିବା ଫୁଲ ତୋଡ଼ାରେ କିମ୍ବା କଳସ ଜଳରେ ମନ୍ଦାର ଫୁଲକୁ ସର୍ବଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଏବଂ ସହାନୁଭୂତି ପ୍ରାପ୍ତି ହୋଇଥାଏ ଏବଂ ପରିବାରରେ ଏକତା ଦେଖା ଦେଇଥାଏ। ଯଦି ଘରେ ସ୍ଵାମୀ ସ୍ତ୍ରୀର ଝଗଡ଼ା ଲାଗି ରହୁଥାଏ, ସର୍ବଦା ଦୁଃଖ ଏବଂ ନିରାଶାରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ୧୧ ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ ତେବେ ଦାମ୍ପତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟାମାନ ଦୂର ହୋଇଯାଇଥାଏ ଏବଂ ସ୍ଵାମୀ ସ୍ତ୍ରୀ ଦୁହେଁ ପୁଣି ଥରେ ଖୁସିରେ ଜୀବନ ଅତିବାହିତ କରିଥାନ୍ତି।
Comments are closed.