ଜାଗରରେ ଏକାଠି ଦୀପ ଜାଳିବା ମନା

ଭୁବନେଶ୍ୱର: ଆଗକୁ ମହାଶିବରାତ୍ରି ଆସୁଥିବା ବେଳେ କରୋନାକୁ ଦୃଷ୍ଟିରେ ରଖି କଟକଣାକୁ କଡାକଡି କରାଯାଇଛି । କୋଭିଡ କଟକଣା ମଧ୍ୟରେ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହେବ । ଜାଗର ପାଇଁ ଲିଙ୍ଗରାଜ ମନ୍ଦିରର ୩ ସେବାୟତ ନିଯୋଗ ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେବାୟତ ନିଯୋଗ ଓ ପୋଲିସ ପ୍ରଶାସନ ମଧ୍ୟରେ ବସିଥିବା ବୈଠକରେ କୋଭିଡ୍ କଟକଣା ସହ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଏବର୍ଷ କୋଭିଡ୍ କଟକଣା ମାନି ଭକ୍ତମାନେ ଦୀପ ଜାଳିବେ ।

ପୋଲିସ ଫୋର୍ସ ମୁତୟନ ସହ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଏବର୍ଷ ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକତ୍ର ବସିପାରିବେ ନାହିଁ । ରାତି ୧୦ଟାରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ ଫେରିବାକୁ ବିଶେଷ ଧ୍ୟାନ ଦିଆଯିବ । ଶ୍ରଦ୍ଧାଳୁ ଦୀପ ଜାଳିବା ବେଳେ ଏକାଠି ରୁଣ୍ଡ ନହେବାକୁ ଗୁରୁତ୍ୱ ଦିଆଯିବ ।

Comments are closed.