ରାଜ୍ୟର ସବୁ ପଞ୍ଚାୟତରେ ହେବ ‘ମୋ ସେବା’ କେନ୍ଦ୍ର

ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟରେ ‘ମୋ ସେବା’ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି । ୩ ହଜାରରୁ ଅଧିକ ‘ମୋ ସେବା’ କେନ୍ଦ୍ରକୁ ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଓଡିଶା ପୋର୍ଟାଲ ବି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ଟି ଉପକ୍ରମ ଅନୁଯାୟୀ ‘ମୋ ସେବା’ କେନ୍ଦ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି ଯେ, ‘ସେବା ଓ ସମ୍ମାନ ହେଉଛି ବିଜେଡି ସରକାରର ମୂଳମନ୍ତ୍ର । ଲୋକଙ୍କୁ ସଶକ୍ତ କରିବା ଓ ସେବା ଯୋଗଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି । ଘର ପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଆଗୁକ ସବୁ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଖୋଲାଯିବ । ଏହା ଦ୍ୱାରା ୮ ହଜାର ଯୁବକ ଯୁବତୀ ଆତ୍ମନିଯୁକ୍ତି ପାଇବେ ।’

Comments are closed.