ରାଜଧାନୀରେ ଯୁବକଙ୍କୁ ହାଣି ହତ୍ୟା

ଭୁବନେଶ୍ୱର : ଭୁବନେଶ୍ୱରର ସିଆରପି ଛକରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ରାଜଧାନୀରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ ଯୁବକ ଜଣଙ୍କ ପିକଅପ ଭ୍ୟାନ ଚାଳକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବେକକୁ ଭୁଜାଲି ଓ ଫାର୍ସାରେ ହାଣିଛନ୍ତି ଅନେକ ଦୁର୍ବୃତ୍ତ । ନୟାପଲ୍ଲୀ ଭିଆଇପି ଏରିଆରେ ଦିନ ଦ୍ୱିପହରରେ ଏଭଳି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଏହି ଘଟଣାରେ ୩ ଦୁର୍ବୃତ୍ତ ଅଟକ ଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ସେମାନଙ୍କୁ ଖୁବ ପିଟିଛନ୍ତି । ଘଟଣାସ୍ଥଳରେ ଡିସିପି ଓ ସାଇଣ୍ଟିକ୍କ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଅନ୍ୟପଟେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ପୋଲିସ । ମେଡିକାଲ ନେବାପରେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Comments are closed.