ମା’ ଙ୍କ ତୃତୀୟ ସ୍ୱରୂପ ଚନ୍ଦ୍ରଘଣ୍ଟା

ମା ଦୁର୍ଗାଙ୍କ ତୃତୀୟ ଶକ୍ତିର ନାମ ଚନ୍ଦ୍ରଘଣ୍ଟା ସାରଦୀୟ ଦୁର୍ଗାପୂଜାରେ ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟାର ଉପାସନା ରହିଛି । ମା ଙ୍କର ଏହି ରୂପ ଶାନ୍ତି ଦାୟକ ଓ କଲ୍ୟାଣକାରିଣୀ । ତାଙ୍କ ମସ୍ତକରେ ଘଣ୍ଟା ଆକୃତିରେ ଅର୍ଦ୍ଧଚନ୍ଦ୍ର ବିଦ୍ୟମାନ । ସେଥିପାଇ ମା ଚନ୍ଦ୍ରଘଣ୍ଟା ନାମରେ ପରିଚିତ । ଦଶଭୁଜା ମା ଙ୍କ ଶରୀରର ରଙ୍ଗ ସ୍ୱର୍ଣ୍ଣ ଭଳି ଉଜ୍ଜ୍ୱଳ ।

୧୦ ହସ୍ତରେ ମା ବିଭିନ୍ନ ଖଡ୍ଗ ଧାରଣ କରିଛନ୍ତି । ତାଙ୍କ ବାହାନ ବାରାହ ସିଂହ । ଯୁଦ୍ଧ ପାଇଁ ଉଦ୍ୟମ ମୁଦ୍ରାରେ ମା ଉପବେସନ କରିଛନ୍ତି । ମା ଚନ୍ଦ୍ରଘଣ୍ଟାର କ-ପାରୁ ସମସ୍ତ ବାଧା ବିଘ୍ନ ନାଶ ହୁଏ । ମା ଙ୍କ ଆରାଧନା ସବୁବେଳେ ଫଳଦାୟକ ।

Comments are closed.