ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଠାରେ ମୋ ସରକାର ସମ୍ପର୍କ ଶିବିର ଅନୁଷ୍ଠିତ

ସୁନ୍ଦରଗଡ, ସରୋଜ ସିଂ : ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା, ସୁନ୍ଦରଗଡ ଆନୁକୂଲ୍ୟରେ ଆଜି ହେମଗିରି ଠାରେ ମୋ ସରକାର ସଂପର୍କ ଶିବିର ଅନୁଷ୍ଠିତ ହୋଇଛି। ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ଏହି ଶିବିର ରେ ଆଇଟିଡିଏ ପ୍ରକଳ୍ପ ପ୍ରକାଶକ ରାମକୃଷ୍ଣ ଗଣ୍ଡ,ବ୍ଳକ ଅଧ୍ୟକ୍ଷା ସୁଧାରାଣୀ ରାଉଡିଆ, ଉପାଧ୍ୟକ୍ଷ ସୁରତ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ପଟେଲ ଯୋଗଦେଇ ମୋ ସରକାର ଙ୍କ ୫ଟି ବିଷୟରେ ସୂଚନା ଦେଇ, ବିଭିନ୍ନ ସରକାରୀ ଯୋଜନା ରେ ଜନସାଧାରଣ ଙ୍କ ସହଭାଗୀତା ଉପରେ ଆଲୋଚନା କରିଥିଲେ। ଏହାସହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ବିଭାଗ ଉପରେ ଆଲୋକପାତ କରିଥିଲେ। ମୋ ସରକାରଙ୍କ ୫ଟି ଉପରେ ଜନସାଧାରଣ ଙ୍କୁ ଅବଗତ କରାଇବା ଏବଂ ଏନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଣ୍ଡ ବକ୍ତବ୍ୟ ରଖିଥିଲେ। ଶିବିର ରେ ବିଭିନ୍ନ ବିଭାଗର ଷ୍ଟଲ ଆଦି ଲଗାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସମନ୍ନିତ ମହିଳା ଓ ଶିଶୁ ବିକାଶ, ଶିକ୍ଷା, କୃଷି, ମତ୍ସ୍ୟ, ପଶୁ ଚିକିତ୍ସା ,ରାଜସ୍ବ ,ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ। ହେମଗିର ସରପଞ୍ଚ ଶକୁନ୍ତଳା ମାଝୀ, ଆଙ୍କେଲବିରା ସରପଞ୍ଚ ଥଇଚରଣ ସା,ଏସ ଏସ ଜି ମହିଳା ଗୋଷ୍ଠୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେବକର ଚକ୍ରଧର ପୃଷେଠ ମଂଚ ପରିଚାଳନା ଓ ଆଇଟିଡିଏର ଦେବେନ୍ଦ୍ର ପତି ଏବଂ କିରଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Comments are closed.