ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓଙ୍କ ତୋଫାନି ଗସ୍ତ

ବଲାଙ୍ଗୀର, ନସିବ ପଟେଲ : ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ଅଞ୍ଚଳର ବିଭିନ ଗ୍ରାମକୁ ତୋଫାନି ଗସ୍ତ କରି ଲୋକ ମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଛନ୍ତି। ଏହି ଗସ୍ତ ସମୟରେ ସାଂସଦଙ୍କ ବ୍ଲକ ପ୍ରତିନିଧି ତଥା ୧୯ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟ ରାଜକିଶୋର ନାଏକ ତାଙ୍କ ସାଙ୍ଗରେ ଆସି କିପରି ଭାବରେ ଆଗାମୀ ଦିନରେ ପୁଇଁନ୍ତଳା ଅଞ୍ଚଳର ଉନ୍ନତି ହେବ ତାହା ଚିନ୍ତା କରା ଯାଉଅଛି ବୋଲି ଜଣ ସାଧାରଣ ମାନଙ୍କୁ କହିଛନ୍ତି। ଆଜି ପୁଇଁନ୍ତଳା ବ୍ଲକର ଭାଲେର, ପୁଇଁନ୍ତଳା, ଗଇଁନ୍ତଳା, ମଲମଣ୍ଡା, ଅର୍ଜୁଣ୍ଡା, ବହଲପଦର ସହିତ ପ୍ରାୟ ୨୦ ଖଣ୍ଡ ଗ୍ରାମକୁ ତୋଫାନି ଗସ୍ତ କରିଥିଲେ। ପ୍ରତ୍ୟେକ ଗ୍ରାମରେ ସାଂସଦଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହିତ ଅଞ୍ଚଳର ମାତୃଶକ୍ତି ବହୁମାତ୍ରାରେ ସାମିଲ ହୋଇଥିଲେ।

Comments are closed.