ଏମିତିବି ଆସେ ମୃତ୍ୟୁ : ଘରେ ନିଆଁ ଲାଗି ମହିଳା ମୃତ, ସ୍ଵାମୀ ଓ ଶିଶୁ ଗୁରୁତର

ସୁନ୍ଦରଗଡ, ସରୋଜ ସିଂ : ଗତକାଲି ସୁନ୍ଦରଗଡ ଜିଲ୍ଲା ଦହରଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ୍ ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଏକ ଘରେ କୌଣସି କାରଣରୁ ନିଆଁ ଲାଗି ଜନୈକ ମହିଳା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ଵାମୀ ଓ ଛୁଆ ଅଳ୍ପେକ ବର୍ତ୍ତିଯାଇ ଥିଲେ। ସୂଚନା ମୁତାବକ ଗତକାଲି ସନ୍ଧ୍ୟା ପ୍ରାୟ 5 ଟା ରୁ 6 ଟା ମଧ୍ୟରେ ଲହଣ୍ଡାବୁଡ୍ ନିବାସୀ ଡିଲେଶ୍ଵର ନାଏକଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ଫଳରେ ତାଙ୍କ ସ୍ତ୍ରୀ ବବିତା ନାଏକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଡିଲେଶ୍ଵର ଓ ଏକ ବର୍ଷର ଶିଶୁ କନ୍ୟା ଙ୍କୁ ଅତି ଗୁରୁତର ଅବସ୍ତା ରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନାକୁ ପଠେଇ ଦିଆଯାଇଥିଲା । ଘଟଣାସ୍ଥଳରେ ସୁନ୍ଦରଗଡ଼ ଅଗ୍ନିସମ ବିଭାଗ ଆସି ନିଆଁକୁ ଆୟତ କରିଥିଲେ ଓ ଧାରୁଆ ଡ଼ିହି ଏଏସଆଇ ଶ୍ରୀଯୁକ୍ତ ତପନ କୁମାର ବେହେରା ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ । ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Comments are closed.