ହାର୍ଡକୋର ମାଓବାଦୀ ରାମଦାସ ଓରଫ କେସର ଆତ୍ମସମର୍ପଣ
କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ପାଖରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମ ସମର୍ପଣ କରିଛି।ଏନେଇ କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ଦୁର୍ଦାନ୍ତ ମାଓବାଦୀଙ୍କ ନାଁ ରାମଦାସ ଓରଫ କେସ ବୋଲି ଏସପି ସୂଚନା ଦେଇଛନ୍ତି । ସେ ୨୦୦୯ ରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ, ୨୦୧୦-୨୦୧୮ ପର୍ଯ୍ୟନ୍ତ କନ୍ଧମାଳର ଖଡଙ୍ଗ ଏରିଆ କମିଟି ଓ କଳାହାଣ୍ଡିର ଏମ.ରାମପୁର ଥାନାର ରାହୁଲ ଏରିଆ କମିଟି ର ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ କଳାହାଣ୍ଡି ଜିଲ୍ଳାର ଏମ ରାମପୁର ଥାନାର ବିଭିନ୍ନ ଅଞ୍ଚଳରେ ମାଓବାଦୀଙ୍କ ବର୍ବର କାଣ୍ଡ ରେ ସାମିଲ ଥିବା ଏସପି ସୂଚନା ଦେଇଛନ୍ତି ।
Comments are closed.