ଅନଲାଇନ ଠକେଇର ଅଭିନବ ଉପାୟ, ଫେସ୍ବୁକରେ ଚାଟିଙ୍ଗ କରି ଫସିଲେ ଯୁବକ

ବଲାଙ୍ଗୀର, ରାଧେଶ୍ୟାମ ହାତୀ : ଇଣ୍ଟରନେଟ ମାୟାରେ ବର୍ତ୍ତମାନର ଯୁବପିଢ଼ି ,ବିନା ଇଣ୍ଟରନେଟରେ କିଛି ବି ଭାବିବା କି କରିବା କଷ୍ଟକର । ଆଉ ତାର ଫାଇଦା ମଧ୍ୟ ଉଠାଉଛନ୍ତି କିଛି ଖଳ ପ୍ରକୃତିର ବ୍ୟକ୍ତି ବିଶେଷ । କିଛିଦିନ ଆଗରୁ ବଲାଙ୍ଗୀର ସହରର ଜଣେ ସାମ୍ବାଦିକ ଅଭିଯୋଗ କରିଥିଲେ ଯେ ସେ ଜନୈକ ଯୁବତୀଙ୍କ ସହ ଫେସବୁକରେ ଚାଟିଂ କରି ଅନଲାଇନ ର ଠକେଇ ହେଇଛନ୍ତି । ଏହି କ୍ରମରେ ସମାନ ଭାବରେ କଣ୍ଟାବାଞ୍ଜି ଅଞ୍ଚଳର ଜଣେ ବ୍ୟବସାୟୀ ମଧ୍ୟ ଠକେଇ ର ଶିକାର ହେଇଛନ୍ତି । ପ୍ରଥମେ ଇଂଲଣ୍ଡ ରେ ରହୁଥିବା ଦର୍ଶାଇ ଯୁବତୀ ଜଣକ ଫେସବୁକରେ ଚାଟିଂ କରୁଥିବା ସମୟରେ ଯୁବକ ବ୍ୟବସାୟୀ ଙ୍କୁ କିଛି ଗିଫ୍ଟ ପଠେଇ ବା ପାଇଁ ତାଙ୍କର ଫୋନ ନମ୍ବର, ମେଲ ଆଇଡି ,ରହୁଥିବା ଠିକଣା ମାଗିଥିଲେ । ପରେ ସେହି ଠିକଣା ରେ ଗିଫ୍ଟ କୁରିଅରରେ ଯୁବକଙ୍କ ପାଖକୁ ପହଞ୍ଚିବା ପରେ କୁରିଅର ରିସିଭରେ ୪୫୫୦୦ ଟଙ୍କା ପେଡ ହୋଇ ସାରିଥିବା ଜାଣିବାକୁ ପାଇଥିଲେ । ସେ କୁରିଅର ଗ୍ରହଣ କରି ନ ଥିଲେ ମଧ୍ୟ ତାଙ୍କ ଏକାଉଣ୍ଟରୁ ଟଙ୍କା କଟିଯାଇ ଥିବା ଜାଣି ହତବାକ ହୋଇଯାଇଥିଲେ । ଏ ପରି ଭାବରେ କିଛି କିଛି ଲୋକେ ଠକେଇର ଶିକାର ହେବାର ପରେ ମଧ୍ୟ ଲୋକଲଜ୍ୟା ପାଇଁ ସାମ୍ନା କୁ ଆସୁନଥିବା ନଜରକୁ ଆସୁଛି । ତେବେ ଏ ଦିଗରେ ନିଜେ ହିଁ ସଚେତନ ରହି ଏପରି ଖଳ ଲୋକଙ୍କ କଥାରେ ନ ଆସିବା ହିଁ ଆମକୁ ସାଇବର କ୍ରାଇମରୁ ରକ୍ଷା କରିବ ।

Comments are closed.