କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ କରିବ ମିତ୍ତଲ

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ । ଷ୍ଟିଲ ପ୍ଲାଣ୍ଟ ପାଇଁ ମିତ୍ତଲ ୫୦ ହଜାର କୋଟି ଟଙ୍କା ପୁଞ୍ଜିବିନିଯୋଗ କରିବ । ଷ୍ଟିଲ ପ୍ଲାଣ୍ଟ ନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୧୨ ମିଲିୟନ ଟନର ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏନେଇ ଲୋକସେବା ଭବନରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଲ ଏନ ମିତ୍ତଲଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ତେବେ କରୋନା ଯୋଗୁଁ ଆର୍ଥିକ ସ୍ଥିତିରେ ବିଶେଷ ପ୍ରଭାବ ପଡିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସରେ ଭୋଟିଥିଲେ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ । ଓଡିଶାରେ ବିଭିନ୍ନ ପ୍ରକଳ୍ପ କରିବା ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Comments are closed.