ଖରାଦିନେ ଲେମ୍ବୁପାଣିର ଫାଇଦା

ଲେମ୍ବୁ ପାଣିର ଉପକାରିତା ବିଷୟରେ ପ୍ରାୟ ଅଳ୍ପବହୁତ ସମସ୍ତଙ୍କୁ ଜଣା। ଉଭୟ ଥଣ୍ଡା ଓ ଗରମ ପାଣିରେ ଲେମ୍ବୁ ମିଶାଇ ତାହାକୁ ପିଆ ଯାଇପାରେ। ସମସ୍ତେ ଏହି ଋତୁକୁ ଘୃଣା କରୁଥିଲେ ବି ଏହି ପାଗରେ ଆମ୍ବ, ଲେମ୍ବୁ, ତରଭୁଜ ପସନ୍ଦ, ଯାହାକି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଅଧିକରୁ ଅଧିକ ଫାଇଦା ପାଇବା ପାଇଁ ଆମେ ଏହାକୁ ଦୈନିକ ପିଇପାରିବା । ତେବେ ଆସନ୍ତୁ ଜାଣିବା ଖରାଦିନେ ଲେମ୍ବୁପାଣି ପିଇବା ଦ୍ୱାରା କଣ ଲାଭ ମିଳିଥାଏ..

-ଲେମ୍ବୁରସ ଶ୍ୱାସ ସହ ଜଡିତ ସମସ୍ୟାରୁ ମୁକ୍ତି ଦିଏ । ଏହା ସହ ଆଜମା ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଶାନ୍ତ କରିପାରେ ।

-ଲେମ୍ବୁପାଣି ପିଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ପେଟ ଫୁଲିବା, ହାକୁଡି ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

-ଗୋଟିଏ ଗ୍ଲାସ ଲେମ୍ବୁ ପାଣିରେ ୧ ଚାମଚ ମହୁ ମିଶାଇ ପିଇଲେ ମୋଟାପଣ କମିଥାଏ । ଏହା ଭୋକକୁ ମାରିବା ସହ ଶରୀରରୁ ଚର୍ବି ହ୍ରାସ କରିଥାଏ ।

-ଲେମ୍ବୁ ଶରୀରରେ ଜଳ ପରି କାମ ଦିଏ ଓ ମୂତ୍ରାଶୟକୁ ସଫା କରିବାରେ ସାହାର୍ଯ୍ୟ କରେ । କ୍ଷତିକାରକ ଜାବାଣୁ ସୃଷ୍ଟି କରିବାରେ ରୋକିବା ସହ ମୂତ୍ରାଶୟକୁ ସଂକ୍ରମଣରୁ ରକ୍ଷା କରେ ।

-କୁହାଯାଏ କି ଜ୍ୱର, ଥଣ୍ଡା, ଫ୍ଲୁ ଥିଲେ ଲେମ୍ବୁ ପାଣି ପିଇବା ଉଚିତ୍ । ଏହା ଦ୍ୱାରା ଶରୀର କ୍ଷତିକାରକ ସଂକ୍ରମଣରୁ ଦୂର ହୋଇଥାଏ ।

-ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ହାଇଡ୍ରେଟେଡ୍ ଓ ଅକ୍ସିଜେନରେ ପରିପୂର୍ଣ୍ଣ, ଯାହାକି ଆମକୁ ଶକ୍ତି ଯୋଗାଏ ।

Comments are closed.