ଆନ୍ଧ୍ର ଓଡିଶା ସୀମାନ୍ତରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ

ମାଲକାନଗିରି, ଅପୁର୍ବ ଥଣ୍ଡର : ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଡିଭିଏଫ ଯବାନମାନେ କମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣରେ ମାଓ ସାମଗ୍ରୀ,ବିଦ୍ଯୁତ ତାର ସହ ବିସ୍ଫୋରକ ଜବତ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ହୃଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତ କାଲି ମାଲକାନଗିରି ମାଓଗଡ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳରେ ଡିଭିଏଫ ଯବାନମାନେ କମ୍ବିଂ ଅପରସେନ କରୁଥିବା ସମୟରେ ଆନ୍ଧ୍ର-ଓଡିଶା ସୀମାନ୍ତ ଜଙ୍ଗଲରେ ବିପୁଳ ପରିମାଣର ମାଓ ସାମଗ୍ରୀ, ବିଦ୍ଯୁତ ତାର ଏବଂ ବିସ୍ଫୋରକ ପାଇଥିଲେ । ଜବତ ସାମଗ୍ରୀ ଗୁଡିକ ହେଲା ୫୦ ଟି ଇଲେକ୍ଟ୍ରିକ୍ ଡିଟୋନେଟର,୨୦ କେଜି କୋଡେସ୍କ ତାର, ୨ଟି ଆଇଡି, ୫୦ ମିଟର ବିଦ୍ଯୁତ ତାର, ଆଲୁମିନିୟମ ସୁପର ପ୍ଲେନ୍ ଡେଟୋନେଟର୍, ୭୦ ଟି ମାଓ ପୋଷାକ ଏବଂ ମାଓ ପୁସ୍ତିକା । ଏହି ବିସ୍ଫୋରକ ସାମଗ୍ରୀ ଗୁଡିକ ପରବର୍ତ୍ତୀ ସମୟରେ ନିରିହ ଜନତା ଏବଂ ପୋଲିସ ଯବାନଙ୍କ ବିରୋଧରେ ପ୍ରୟୋଗ କରାଯାଇଥାନ୍ତା ବୋଲି ମାଲକାନଗିରି ଏସପି ଡି ଖିଲାରୀ ପ୍ରକାଶ କରଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ଏସଡିପିଓ ପ୍ରହ୍ଲାଦ ସାଇ ମୀନା ଏବଂ ଏଏସପି ଜି. ଅଭିଳାଷ ଉପସ୍ଥିତ ଥିଲେ ।

Comments are closed.