କିରୋସିନ ଢାଳି ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ
ଢେଙ୍କାନାଳ, ନିହାର ରଞ୍ଜନ ସାହୁ : କାମାକ୍ଷାନଗର ଥାନା ଗୋଡି ସାହିରେ ମଦ୍ୟପ ସ୍ୱାମୀ ଗଂଗାଧର ସେଠୀର ନିର୍ଯ୍ୟାତନା ସହି ନପାରି ସ୍ତ୍ରୀ ମମତା ସେଠୀ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦେହର ପ୍ରାୟ ୭୦ଭାଗରୁ ଉର୍ଦ୍ଧ୍ ଅଂଶ ପୋଡିଯାଇଛି। ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି। ମମତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ପରେ ଅବସ୍ଥା ଗୁରୁତର ହେବାରୁ କଟକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପଚରାଉଚରା ଚଳାଇଛି।
Comments are closed.