ବାରମ୍ବାର ଫେସୱାସ କରୁଥିଲେ ସାବଧାନ

ଭୁବନେଶ୍ୱର: ସକାଳୁ ଉଠିବା ଠାରୁ ଆରମ୍ଭ କରି ବାହାରକୁ ଯିବା ଓ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ ବହୁତ ଥର ମୁହଁ ସଫା କରୁଥିବେ । ମନରେ ଭାବନା ଥାଏ ମୁହଁରୁ ଡ଼ଷ୍ଟ ଦୂର ହେବ । ନଧୋଇଲେ କାଳେ ମୁହଁ କଳା ପଡ଼ିଯିବ । କିନ୍ତୁ ସାବଧାନ ଏଭଳି ଜମାରୁ କରନ୍ତୁ ନାହିଁ । କାରଣ ବାରମ୍ବାର ମୁଁହ ଧୋଇବା କାରଣରୁ ଆପଣଙ୍କର ତ୍ୱଚା ଖରାପ ହୋଇପାରେ । ବାରମ୍ବାର ଫେସୱାସ୍‌ କରିବା ଦ୍ୱାରା ଆପଣଙ୍କ ସ୍କିନରେ ଥିବା ନାଚୁରାଲ୍‌ ଅଏଲ୍‌ ସମ୍ପୂର୍ଣ୍ଣ ରୂପେ ସଫା ହୋଇଯାଏ ଏବଂ ଆପଣଙ୍କ ତ୍ୱଚା ଶୁଷ୍କ ହୋଇଯାଏ ।

ଯଦି ଆପଣଙ୍କ ତ୍ୱଚାରୁ ଅତ୍ୟଧିକ ତେଲିଆ ଅଂଶ ବାହାରୁଛି ତେବେ ଏହାକୁ ସଫା କରିବା ପାଇଁ ଅନ୍ୟ ରାସ୍ତା ଆପଣାନ୍ତୁ ।
ଦିନରେ କେବଳ ୨ ଥର ମୁଁହ ସଫା କରିବା ଉଚିତ୍‌ । ବିଶେଷ କରି ଦିନରେ ୨ ଥର ଫେସୱାସ୍‌ ବ୍ୟବହାର କରନ୍ତୁ । ଏହାଠାରୁ ଅଧିକ ଥର ଫେସୱାସ୍‌ ବ୍ୟବହାର କରନ୍ତୁ ନାହିଁ । ଯେତେବେଳେ ଆପଣ ସକାଳୁ ଶୋଇ ଉଠନ୍ତି ସେତେବେଳେ କେବଳ ତାଜା ପାଣିରେ ମୁଁହ ପରିଷ୍କାର କରିବା ଉଚିତ୍‌ । ଯଦି ଆପଣଙ୍କ ତ୍ୱଚା ଅତ୍ୟଧିକ ତେଲିଆ ତେବେ ଆପଣ ଗୋଲାପ ଜଳ ବ୍ୟବହାର କରି ମୁଁହ ସଫା କରିପାରିବେ ।

ତ୍ୱଚା ନିଜର ସୁରକ୍ଷା ପାଇଁ ପ୍ରାକୃତିକ ତୈଳ ନିର୍ଗତ କରିଥାଏ । ଏହି ତୈଳ ଅଂଶ ସ୍କିନ୍‌ ସେଲସ୍‌ ପାଇଁ ଲୁବ୍ରିକେଣ୍ଟର କାମ କରିଥାଏ । ସ୍କିନକୁ ସତେଜ ରଖେ । ନୂଆ କୋଷିକା ଉତ୍ପାଦନ କରିବାରେ ମଧ୍ୟ ସହାୟକ ହୋଇଥାଏ । ହେଲେ ଅଧିକ ଥର ଫେସୱାସ୍‌ କରିବା ଦ୍ୱାରା ଏହି ତୈଳ ଅଂଶ ସବୁ ସଫା ହୋଇଯାଏ ଓ ଆପଣଙ୍କ ତ୍ୱଚା ଶୁଷ୍କ ହୋଇଯାଏ । ଚର୍ମ କୁଞ୍ଚିତ ହୋଇଯାଏ । ଆଖି ଆଖପାଖରେ ଥିବା ଚର୍ମ ଅଧିକ କୁଞ୍ଚିତ ହୋଇଯାଏ ।

ଯଦି ଆପଣଙ୍କ ତ୍ୱଚା ଶୁଷ୍କ ତେବେ ଆପଣ ଦହି ଓ ମହୁ ଲଗାଇ ପାରିବେ । ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋ କରିବ । ଆପଣ ସକାଳ ସମୟରେ ଆଲୋବେରା ଜେଲରେ ମୁହଁ ସଫା କରନ୍ତୁ ଏବଂ ରାତିରେ ଫେସୱାସ୍‌ ଲଗାଇ ମଇଶ୍ଚରାଇଜର୍‌ ଲଗାଇ ମୁଁହ ସଫା କରନ୍ତୁ ।

Comments are closed.