ସଡ଼କ ଦୁର୍ଘଟଣାକୁ ନେଇ ଏମିତି କିଛି କହିଲେ ଗଦକରୀ

ନୂଆଦିଲ୍ଲୀ: କାରରେ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ସିଟ୍ ବେଲ୍ଟ। ନ ହେଲେ ଦେବାକୁ ପଡିବ ଫାଇନ୍। ଖୁବଶୀଘ୍ର ନିୟମ ଭଙ୍ଗ କରୁଥିବା ଯାତ୍ରୀଙ୍କଠାରୁ ଫାଇନ୍ ଆଦାୟ କରାଯିବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଏବେ କାରର ପଛରେ ବସିଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ରହିଛି । କିନ୍ତୁ ଅନେକ ଲୋକ ଏହାକୁ ପାଳନ କରୁନାହାନ୍ତି । ସାମ୍ନାରେ ବସିଥିବା ଯାତ୍ରୀମାନେ ସିଟ୍ ବେଲ୍ଟ ନ ପିନ୍ଧିଥିଲେ ଯେପରି ସାଇରନ୍ ବାଜୁଛି ସେପରି ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସାଇରନ୍ ବାଜିବ। ସିଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି ।

ଫାଇନ୍ ଆଦାୟ ନୁହେଁ, ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ୨୦୨୪ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

ସୂଚନା ଅନୁଯାୟୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଯାଞ୍ଚ ବେଳେ ସାଇରସ ପଛ ସିଟ୍‌ରେ ବସିଥିଲେ ଏବଂ ସେ ସିଟ୍‌ବେଲଟ୍‌ ପିନ୍ଧି ନଥିବା ଜଣାପଡ଼ିଥିଲା।

Comments are closed.