ଗାଡ଼ିରେ ଯାତ୍ରା କରିଲେ ହେଉଛିକି ବାନ୍ତି ? ଫଟାଫଟ ଦୂର କରନ୍ତୁ ଏହି ଅଭ୍ୟାସ
ଭୁବନେଶ୍ୱର: ବାହାରକୁ ଯାତ୍ରା ସମୟରେ କେତେକଙ୍କର ଡ଼ର ଥାଏ ବାନ୍ତି ଲାଗିବାର । ଏଥିପାଇଁ ବାହାରକୁ ରେଡ଼ି ହେଇକି ଯିବା ପାଇଁ ସେମାନେ କୁଣ୍ଠାବୋଧ କରନ୍ତି । କାରଣ ଯାତ୍ରା କରିବା ସମୟରେ କାଳେ ବାନ୍ତି ହୋଇଯିବ ବୋଲି । ତେବେ ବର୍ତମାନ ଚିନ୍ତା ମୁକ୍ତ ରୁହନ୍ତୁ । କାହିଁକି ନା ଯାତ୍ରା କରିବା ସମୟରେ ଏହି ୫ ଘରୋଇ ଉପଚାର ଆପଣଙ୍କ ବାନ୍ତିକୁ ପୁରା ଅଟକାଇ ଦେବ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ପାଞ୍ଚଂଟି ଉପାୟ ?
୧. ଯଦି ଯାତ୍ରା କରିବା ପାଇଁ ବାହାରକୁ ବାହାରୁଛନ୍ତି ତେବେ ସାଙ୍ଗରେ ଲେମ୍ବୁ ନେଇ ଯାଆନ୍ତୁ । ଯେଉଁ ସମୟରେ ବି ଆପଣଙ୍କୁ ଅଲଗା ପ୍ରକାର ଅନୁଭବ ହେବ ସେହି ସମୟରେ ଲେମ୍ବୁର ଚୋପା ଛଡ଼ାଇ ତାହାକୁ ଶୁଘିଂ ନେବେ । ଏଭଳି କରିଲେ ବାନ୍ତି ଆସିବ ନାହିଁ ।
୨. ତୁଳସୀ ପତ୍ର ପାଖରେ ରଖନ୍ତୁ । ଏହାକୁ ଖାଇବା ଦ୍ୱାରା ବାନ୍ତି ଆସିନଥାଏ । ଏହା ବ୍ୟତୀତ ଗୋଟିଏ ବୋଟଲରେ ଲେମ୍ବୁ ଏବଂ ପୁଦିନା ରସକୁ କଳା ଲୁଣ ମିଶାଇ ରଖନ୍ତୁ ଏବଂ ଏହାକୁ ଅଳ୍ପ ଅଳ୍ପ କରି ପିଅନ୍ତୁ । ଫଳରେ ବାନ୍ତି ଲାଗିବ ନାହିଁ ।
୩. ଲବଙ୍ଗକୁ ଗୁଣ୍ଡ କରି ଗୋଟିଏ ଡବାରେ ରଖିଦିଅନ୍ତୁ । ଯାତ୍ରା କରିବାକୁ ଗଲେ କିମ୍ବା ଯଦି ବାନ୍ତି ଲାଗୁଥିବ ତେବେ ଗୋଟିଏ ଚାମଚ କାଢ଼ି ସେଥିରେ ଟିକେ ଚିନି କିମ୍ବା କଳା ଲୁଣ ମିଶାଇ ଏହାକୁ ଖାଆନ୍ତୁ ।
୪. ଯଦି ଆପଣ ବସରେ ଯାତ୍ରା କରୁଛନ୍ତି ଆଉ ବସରେ ବାନ୍ତି ହେଉଛି ତେବ ମନେ ରଖନ୍ତୁ ଯେଉଁ ସିଟରେ ଆପଣ ବସିବେ ସେଥିରେ ଗୋଟିଏ ପେପର ପକାଇ ଦିଅନ୍ତୁ । ଆଉ ସେହି ପେପର ଉପରେ ବସନ୍ତୁ । ଆଉ ବାନ୍ତି ଲାଗିବ ନାହିଁ ।
୫. ଲେମ୍ବୁକୁ କାଟି ସେଥିରେ କଳା ଲଙ୍କା ଏବଂ କଳା ଲୁଣ ଲଗାଇ ଚାଟନ୍ତୁ । ଏଥିରେ ବି ବାନ୍ତି ବନ୍ଦ ହୋଇଯାଏ ।
Comments are closed.