ପୁଣି ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

ରାଇଘର(ଭୁବନେଶ୍ଵର ସୁନାନୀ) : ପୁଣି ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ,ହାତୀଗାଁ ଓ କୁରାବେଡା ରାସ୍ତାକଡ ରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିବା ସହ ସରକାରୀ ନୀତି ନିୟମ କୁ ବିରୋଧ ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ। ଓଡିଶା ଓ ଛତିଶଗଡ଼ ସୀମାନ୍ତ ରେ ଗଛ କାଟି ରାସ୍ତା ଅବରୋଧ କରିବା ସହ ଜଙ୍ଗଲ କାଟିବାକୁ ନେଇ ବିରୋଧ କରି ପୋଷ୍ଟର ରେ ଉଲେଖ କରିଥିବା ବେଳେ ନବ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି l ହାତିଗାଁ ରାସ୍ତାର ମାଓ ପୋଷ୍ଟର ଲାଗିଥିବା ସ୍ଥାନ ନିକଟରେ ଏକ ମାଟି ହୁଡ଼ା ରୁ କିଛି ବିଦ୍ୟୁତ୍ ତାରା ବାହାରି ଥିବା ଦେଖା ଯାଉଥିବା ଯୋଗୁଁ ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି।

Comments are closed.