ବାରଣ୍ଡାରେ ଅଜଣା ବୃଦ୍ଧଙ୍କ ମୃତ ଶରୀର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ଅନ୍ତର୍ଗତ ମୁଥୁଟ ଫାଇନାନ୍ସ ସାମ୍ନାରେ ଥିବା ଏକ ସିମେଣ୍ଟ ଛଡ଼ ଦୋକାନ ସାମ୍ନା ବାରଣ୍ଡାରେ ପଡିଛି ବୃଦ୍ଧଙ୍କ ମୃତ ଶରୀର l ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ NAC କର୍ମଚାରି ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜଗିବା ସହ ବାଲୁଗାଁ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ଠାରୁ ପଚାରି ବୁଝିବାରୁ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତ କାଲି ସନ୍ଧ୍ୟାରେ ସେହି ବୃଦ୍ଧ ଜଣକ ପାଗଳ ଭଳି ଏଣେ ତେଣେ ବୁଲିବା ଓ ଜୋରେ ପାଟି କରି ଚିଲେଇବା ସ୍ଥାନୀୟ ଲୋକ କହିଛନ୍ତି l ମୃତ ବୃଦ୍ଧଙ୍କ ପରିଚୟ ମିଳି ନଥିବା ବେଳେ ବାଲୁଗାଁ ପୋଲିସ୍ ଶବଟିକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି।

Comments are closed.