କାପ୍ତା ପଲ୍ଲୀ ପଞ୍ଚାୟତରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲା ନୂଆଗାଁ ବ୍ଲକ, କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ରେ ଶୁଦ୍ଧ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ପାଇଁ ମେସିନ ଲାଗିଯାଇଛି। ବିଗତ ଦିନରେ ପଞ୍ଚାୟତ ରେ ପି ଡି ଏସ ସାମଗ୍ରୀ ଦେଲାବେଳେ ଲୋକମାନେ ବିଶେଷ କରି ଖରାଦିନେ ଶୁଦ୍ଧ ଥଣ୍ଡା ପାନୀୟ ଜଳ ପିଇବା ପାଇଁ ହଇରାଣ ହେଉଥିଲେ l ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଏ ବାବଦରେ ଆଲୋଚନା କରିଥିଲେ ଗୂମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ। ବିଧାୟକ ଶ୍ରୀ ବେହେରା କାପ୍ତାପଲ୍ଲୀ ସରପଞ୍ଚ ସାରସ ଧର ସାହୁ ଙ୍କ ସହ ଆଲୋଚନା କରି ସଂଗେ ସଙ୍ଗେ ସମାଧାନ କରି ପଞ୍ଚାୟତ ରେ ଅକୁଆ ଫ୍ରୀଜର ମେସିନ ଲାଗିବା ସହ ସର୍ବସାଧାରଣ ଙ୍କ ପାଇଁ ଲୋକାର୍ପିତ ହେଲା l ମୁଖ୍ୟ ଅତିଥି ରୂପେ ସରପଞ୍ଚ ସାରସ ଧର ସାହୁ, ସମ୍ମାନୀତ ଅତିଥି ଭାବେ ଗୁମି ସମିତି ସଭ୍ୟ ତଥା ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆ ,ସ୍ଥାନୀୟ ସମିତି ସଭ୍ୟା ସୁଷମା ଦଳବେହେରା, ଭି ଏଲ ଡବ୍ଲୁ ସୁକାନ୍ତ ପଟ୍ଟନାୟକ, କାପ୍ତାପଲ୍ଲୀ ବିଜେଡି ଯୁବ ସଭାପତି ପ୍ରଶାନ୍ତ କୁମାର ବେହେରା, ନାଏବ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ସରପଞ୍ଚ ପାନୀୟ ଜଳ ପାଇଁ ଏହି ମେସିନ ର ଉଦ୍ଘାଟନ କରିଥିଲେ l

Comments are closed.