ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ଖଣ୍ଡୁଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ମାଳିସାହି କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମିଳିତ ସହଯୋଗ ରେ ସ୍ବାଗତ ଓ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମାଳିସାହି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିମଳ ଚନ୍ଦ୍ର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରବିନ୍ଦ୍ର ରାଜ, ଜ୍ୟୋତ୍ସ୍ନା ରାଣୀ ସେଠୀ,ସି ଆର୍ ସି ସି ଜଗବନ୍ଧୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ନୂତନ ଭାବେ ମାଳିସାହି କ୍ଲଷ୍ଟର ରେ ଯୋଗ ଦେଇଥିବା ଶିକ୍ଷକ ଗତିକୃଷ୍ଣ ପ୍ରଧାନ,ପ୍ରମୋଦ କୁମାର ମାହୁନ୍ତ,ପ୍ରଦୀପ କୁମାର ମାହୁନ୍ତ,ପ୍ରଦୀପ କୁମାର ଦାସ ଏବଂ ଶିକ୍ଷୟତ୍ରୀ କବିତା ନାୟକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିବା ବେଳେ ଶିକ୍ଷକ ରାମଚନ୍ଦ୍ର ମହାରଣା ଏବଂ ଚନ୍ଦ୍ରମଣି ନାହାକ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅବସର ଗ୍ରହଣ କରିଥିବା ଏହି ଦୁଇ ଜଣ ଶିକ୍ଷକ ଛାତ୍ର ବତ୍ସଳ, କର୍ତ୍ତବ୍ୟ ପରାୟଣ ଏବଂ ଆଦର୍ଶ ଶିକ୍ଷକ ଭାବେ ଶିକ୍ଷାଦାନ କରିଥିବା ମଞ୍ଚାସୀନ ଅତିଥି ଏବଂ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ କହିଥିଲେ।ତତ୍ ସହିତ ଅବସର ଜୀବନ ର ସୁଖ ସମୃଦ୍ଧି କାମନା କରିଥିଲେ।ପରିଶେଷରେ ଖଣ୍ଡୁଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.