ବନ ମହୋସ୍ଚଵ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଟାଙ୍ଗୀ ବନ ବିଭାଗ ପକ୍ଷରୁ ବନ ମହୋସ୍ଚଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି ଅବସରରେ ଟାଙ୍ଗୀ ବ୍ଲକର ନୁଆପଡା ସ୍ଥିତ ପଦ୍ମ କୁମୁଦ ବିଦ୍ୟାନିକେତନ ଓ ମୁକ୍ତେଶ୍ୱର ଦେବ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୁଜା ପାଠ ଧୁପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ବିଦ୍ୟାପୀଠ ପରିସରରେ ଔଷଧୀୟ ବୃକ୍ଷ ଅଶୋକ ,କରଂଜ,ଅର୍ଜୁନ, ଲିମ୍ବ,ଦେବଦାରୁ ଆଦି ପରିବେଶ ହିତକାରୀ ଚାରା ରୋପଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ବନ ବିଭାଗ ଏସି ଏଫ୍ ଅସିତ୍ କୁମାର ମିଶ୍ର , ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ,ସରୋଜ କୁମାର ପାଇକରାୟ , ଟାଙ୍ଗୀ ବ୍ଲକ ବି ଇ ଓ ଗୋବିନ୍ଦ ହେମ୍ବ୍ରମ୍ , ଏବି ଈ ଓ ଦେବଦତ୍ତ ମହାପାତ୍ର , ପରିବେଶବିତ ସନ୍ତୋଷ ଚନ୍ଦ୍ର କର ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହ ଚାରା ରୋପଣ କରିଥିଲେ | ଏହି ଅବସର ରେ ବିଦ୍ୟାଳୟର ପରିସରରେ ଲଗା ଯାଇଥିବା ଚାରାକୁ ପ୍ରତି ଚାରା ପ୍ରତି ୫ ଜଣ ଛାତ୍ର ଛାତ୍ରୀ ଦାୟିତ୍ୱ ନେବାକୁ ନିଷ୍ପତି ଗ୍ରହଣ କରିଥିଲେ | ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ତା କୁମାରୀ ଜେନା,ଫରେଷ୍ଟର ଗୋଲାପ ସେଠୀ,ରଂଜୁଲତା ତ୍ରୀପାଠୀ,ଗାର୍ଡ ପ୍ରଦୀପ କୁମାର ସାହୁ,ଦେବେନ୍ଦ୍ର କୁମାର ବେହେରା,ଦେବେନ୍ଦ୍ର ନାଥ ମିଶ୍ର,ଅଜୟ କୁମାର ସିଂ,ମିଟୁ ଦୋରା ଓ ତନ୍ମୟ ବଳିୟାର ସିଂ ପ୍ରମୁଖ ସହଯୋଗ କରିଥିଲେ |

Comments are closed.