୮ଟି ଗାଡି ସହ ତିନି ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ କଲା କଣିହାଁ ପୋଲିସ

ତାଳଚେର(ସୁନୀଲ ପାଣି) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଣିହାଁ ଆଇ ଆଇସି କିଶୋର କୁମାର ସାମଲଙ୍କ ନେତୃତ୍ୱରେ ଗୋଟିଏ ମାସରେ ତିନି ଭିନ୍ନ ଭିନ୍ନ ମାମଲା ପର୍ଦାଫାସ କରିପାରିଛି କଣିହାଁ ପୋଲିସ। ନାବାଳକ ରାଜେଶ୍ ସାହୁ ହତ୍ୟାକାଣ୍ଡର ଫର୍‌ଦାଫାସ କରିଥିବା ବେଳେ ପୁଣି କିଛି ଦିନ ତଳେ କଣିହାଁ ଆଇ ଆଇ ସି କିଶୋର କୁମାର ସାମଲଙ୍କ ନେତୃତ୍ୱରେ କଣିହାଁ ଥାନା ଅନ୍ତର୍ଗତ ବାଲିପଟା ଛକ ନିକଟରେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ସେହିପରି ଆଜି ପୁଣି ତିନି ଅଭିଯୁକ୍ତ ସହ ୮ଟି ମଟର ସାଇକେଲ ବାଇକ୍ ଧରାପଡିଛି,ବାଇକ୍ ଚୋରିରେ ଧରାପଡିଥିବା ଅଭିଯୁକ୍ତ ହେଲେ ପରେଶ ଦେହୁରୀ, ବିରେନ୍ ଦେହୁରୀ,ରିପୁନ ବେହେରା, ଦୁଇଜଣ ବଇଣ୍ଡା ଗ୍ରାମର ହୋଇଥିବା ବେଳେ, ଆଉ ଜଣେ ଟୋଲକବେଡା ର ବୋଲି ଜଣାପଡିଛି।ଆଇଆଇସି ଶ୍ରୀ କିଶୋର କୁମାର ସାମଲ ଙ୍କୁ ଏହିପରି କାର୍ଯ୍ୟକୁ ନେଇ ଅଞ୍ଚଳବାସୀ କୃତଜ୍ଞତା ସହିତ ସାଧୁବାଦ ଜଣାଇଛନ୍ତି।

Comments are closed.