ରଥ ଟାଣୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ମୃତ , 7 ଗୁରୁତର

ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଗ୍ରାମରେ ରଥ ଟାଣୁ ଥିବା ବେଳେ 11 କେଭି ବିଦ୍ଯୁତ ତାର ସଂଷ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଗୁରୁତର ହୋଇଛନ୍ତି ,ଗତକାଲି ସନ୍ଧ୍ୟାରେ ଗୁଡିଖାଳ ଗ୍ରାମର ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି ଛକ ନିକଟରେ ରାସ୍ତା ଉପର ଦେଇ ଯାଇଥିବା 11 କେଭି ବିଦ୍ୟୁତ ତାର ସହିତ ରଥ ଟି ଲାଗି ଯାଇଥିଲା , ପ୍ରବଳ ବର୍ଷା ଯୋଗୁଁ ରଥ ଟି ସମ୍ପୂର୍ଣ୍ଣ ଓଦା ହୋଇଥିବା ରୁ ରଥକୁ ଛୁଇଂ ଥିବା ଲୋକମାନେ ବିଦ୍ଯୁତ ଆଘାତ ର ଶିକାର ହୋଇଥିଲେ , ବହୁ ଲୋକଙ୍କୁ ବିଦ୍ୟୁତ ସ୍ପର୍ଶ କରିଥିଲା ସେମାନଙ୍କ ମଧ୍ୟରୁ 8 ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତ ଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା , ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି , ମୃତକ ଜଣକ ହେଲେ ଆଗରଡା ଗ୍ରାମର ଅନିଲ କୁମାର ସାହୁ , ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Comments are closed.