ଓଡିଆ ବିଦ୍ୟାଳୟରେ ନାଇଜର କୁଳ ସଚିବଙ୍କ ସୁରଟ ଗସ୍ତ

ସୁରଟ/ଜଟଣୀ(ସଞ୍ଜୀବ କୁମାର) : ଗୁଜୁରାଟର ହିରକ ସହର ସୁରଟଠାରେ ଅନୁଷ୍ଠିତ ରାଜଭାଷା ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ଅବସରରେ ନାଇଜରର କୁଳସଚିବ ଡ. ଅଭୟ କୁମାର ନାୟକ ଗତକାଲି ସୁରଟରେ ପରିଚାଳିତ ହେଉଥିବା ଓଡିଆ ବିଦ୍ଯାଳୟ ପରିଦର୍ଶନ କରିଥିଲେ। କଳିଂଗ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ତଥା ଶିକ୍ଷକମାନକଂ ଉଦ୍ଦେଶ୍ଯରେ ମୂଲ୍ଯବୋଧ ତଥା ଜଗନ୍ନାଥ ସଂସ୍କୃତି ଉପରେ ବକ୍ତବ୍ଯ ରଖିଥିଲେ। ବକ୍ତବ୍ଯ ଶେଷରେ ଏକ ଆବେଗପୂର୍ଣ୍ଣ ମୁହୁର୍ତ୍ତରେ ପିଲାମାନେ ଓଁ ଉଚ୍ଚାରଣ କରି ବକ୍ତାକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଡ ନାୟକ ଓଡିଶାର ବିଭିନ୍ନ ଅଂଚଳରୁ ଆସି ଶିକ୍ଷକତା କରୁଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନକଂ ସହ ଭାବ ବିନିମୟ କରିଥିଲେ। ପିଲାମାନକଂର ତଥା ଶିକ୍ଷକମାନକଂର ଉତ୍ସାହରେ ଡ ନାୟକ ବିମୋହିତ ହୋଇଥିଲେ। ଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ବାଳ ଅତିଥିକୁଂ ଆନୁଷ୍ଠାନିକ ଭାବେ ଧନ୍ଯବାଦ ଅର୍ପଣ କରିଥିଲେ।

Comments are closed.