ମା’ ସମଲେଶ୍ୱରୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ସମ୍ବଲପୁର: ଆଜିଠୁ ମା’ ସମଲେଶ୍ୱରୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା । ଆରମ୍ଭ ହେବ ମା’ ସମଲେଶ୍ୱରୀଙ୍କ ଷୋଢଶ ପୂଜା । ଅକ୍ଟୋବର ୯ତାରିଖ ଯାଏ ଚାଲିବ ନୀତିକାନ୍ତି । ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ଶେଷ ହୋଇଛି । ଷୋଡଶ ଉପଚାର ପୂଜା ସହ ଦଶହରା ନବଦିନାତ୍ମକ ପୂଜା ଅନୁଷ୍ଠିତ ହେବ । ୨୫ ତାରିଖରେ ମହାଳୟାରେ ଧବଳମୁଖି ବେଶରେ ଦର୍ଶନ ଦେବେ ମା’ ।

୨୬ ତାରିଖରୁ ଆରମ୍ଭ ହେବ ନବଦିନାତ୍ମକ ପୂଜା ଉତ୍ସବ । ଅକ୍ଟୋବର ପହିଲାରେ ମହାସପ୍ତମୀ ଓ ୪ରେ ରଣଜୀତା ଉତ୍ସବ ପାଳନ ହେବ । ଆଶ୍ୱିନ ପୂର୍ଣିମା ଦିନ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମା’ । ଦୁଇବର୍ଷ ପରେ ମା’ଙ୍କ ପୂଜାରେ ସାମିଲ ହେବାକୁ ସୁଯୋଗ ମିଳିଥିବାରୁ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ ।

Comments are closed.