ରେଳ ଧାରଣା କଡରେ ଅଚିହ୍ନା ଶବ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ କୁହୁଡି ଓ ବାଲୁଗାଁ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳର ରେଳ ଧାରଣା କଡରେ ଏକ ଅଚିହ୍ନା ଶବ ପଡ଼ିରହିବାର ଦେଖିବାକୁ ମିଳିଛି । ଶବଟି ଜଣେ ଯୁବକଙ୍କ ହୋଇଥିବା ବେଳେ ସେ ଏକ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି। ତେବେ ତାଙ୍କର ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଉକ୍ତ ଖବର ପାଇବା ପରେ ବାଲୁଗାଁ ଆରପିଏଫ ଖୋର୍ଦ୍ଧା ରୋଡ ଜିଆରପିକୁ ଏ ସମ୍ବନ୍ଧୀୟ ସୂଚନା ଦେଇଛି । ଜିଆରପି ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି ।

Comments are closed.