ବ୍ୟାଙ୍କ ମ୍ୟାନେଜରଙ୍କ ମୁତ୍ୟୁ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ୧୬ ନଂ ଜାତୀୟ ରାଜପଥ ହରିପୁର ଛକରେ ଅଜଣା ଗାଡି ଧକ୍କାରେ ବ୍ୟାଙ୍କ ପରିଚାଳକ ମୃତ | ମ୍ରୁତ ବ୍ୟାଙ୍କ ପରିଚାଳକଙ୍କ ନାମ ପ୍ରଫୁଲ ବାରିକ ବୟସ ୫୫ ବର୍ଷ , ଘର ବାଣପୁର ଗ୍ରାମରେ | ପ୍ରଫୁଲ ବାରିକ ଓଡିଶା ଗ୍ରାମ୍ୟ ବ୍ୟାଙ୍କର କୁହୁଡି ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ | ଗତ କାଲି ସଂଧ୍ୟ୍ୟାରେ କୁହୁଡିରୁ ବ୍ୟାଙ୍କ କାମ ସାରି ବାଣପୁରକୁ ଫେରୁଥିଲେ ନିଜ ସ୍କୁଟିରେ | ସ୍କୁଟିରେ ବାଣପୁର ଫେରୁଥିବା ବେଳେ ହରିପୁର ଛକରେ ଏକ ଅଜଣା ଗାଡି ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା | ସେଠାରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତି କରାଯାଇଥିଲା |
କ୍ରମେ ଅବସ୍ଥା ସଂକଟାପନ୍ନ ହେବାରୁ ଟାଙ୍ଗୀରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉଥିଲା | ଗୁରୁତର ପ୍ରଫୁଲଙ୍କର ମୃତ୍ୟୁ ହେବାରୁ ତାଙ୍କୁ ଟାଙ୍ଗୀ ମେଡିକାଲକୁ ଫେରାଇ ଆଣିଛନ୍ତି ପରିବାର ଲୋକେ | ଟାଙ୍ଗୀ ମେଡିକାଲରେ ପୋଲିସ୍ ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧାକୁ ପଠାଇବା ବ୍ୟବସ୍ଥା କରୁଥିବା ଜଣା ପଡିଛି | ତାଙ୍କର ୩ ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ସମସ୍ତେ ଅବିବାହିତ ବୋଲି ଜଣା ପଡିଛି |

Comments are closed.