ଭାରତ ଯୋଡୋ ଯାତ୍ରାକୁ ନେଇ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ‘ଭାରତ‌ ଯୋଡ଼ୋ ଯାତ୍ରା’ ବେଳେ ବିବାଦୀୟ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କ ସହିତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ସାକ୍ଷାତ୍ ପ୍ରସଙ୍ଗକୁ କେନ୍ଦ୍ର କରି ‘ବିଜେପି’ ଓ ‘କଂଗ୍ରେସ’ ବାକ୍‌ବିତଣ୍ଡା ଚାଲିଛି।
ସାକ୍ଷାତ୍‌ ସମୟର ଭିଡିଓରେ ପାଦ୍ରୀ କହୁଥିବା ଶୁଭୁଛି, ଯୀଶୁ ହେଉଛନ୍ତି ପ୍ରକୃତ ଈଶ୍ବର… ଶକ୍ତିଙ୍କ ପରି ନୁହନ୍ତି।

ଟୁଇଟର୍‌ରେ ରାହୁଲ୍‌ ଗାନ୍ଧୀ ଓ ଜର୍ଜ ପୋନାୟାଙ୍କ ବାର୍ତ୍ତାଳାପ ଥିବା ଭିଡିଓ ସେୟାର୍‌ କରି ‘ବିଜେପି’ ମୁଖପାତ୍ର ଶେହ୍‌ଜାଦ୍‌ ପୁନାୱାଲା କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।
ସେ କହିଛନ୍ତି, ରାହୁଲ୍‌ ଗାନ୍ଧୀ୍ଙ୍କୁ ଭେଟିଥିବା ଜର୍ଜ ପୋନ୍ନାୟା କହୁଛନ୍ତି, ଯୀଶୁ ହେଉଛନ୍ତି ଏକମାତ୍ର ଈଶ୍ବର ଶକ୍ତି ଏବଂ ଅନ୍ୟାନ୍ୟ ଠାକୁରଙ୍କ ପରି ନୁହନ୍ତି। ପୂର୍ବରୁ ହିନ୍ଦୁ ବିଦ୍ବେଷ ନିମନ୍ତେ ତାଙ୍କୁ ଗିରଫ କରାଯାଇଥିଲା। ସେ ମଧ୍ୟ କହିଛନ୍ତି ଯେ, ଭାରତ ମାତାଙ୍କର ଅପବିତ୍ରତା ସଂକ୍ରମିତ ନ କରିବା ପାଇଁ ସେ ଜୋତା ପିନ୍ଧୁଛନ୍ତି। ‘ଭାରତ ତୋଡ଼ୋ (ଭାଙ୍ଗ) ‘ଆଇକନ୍‌’ ଦେଇ ‘ଭାରତ ଯୋଡ଼ୋ’ ଚାଲିଛି।
‘ବିଜେପି’କୁ ପାଲଟା ଜବାବ ଦେଇ କଂଗ୍ରେସ କହିଛି, ଉକ୍ତ ଭିଡିଓର ଅଡିଓକୁ ପରିବର୍ତ୍ତନ କରାଯାଇଛି। ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ‘ଭାରତ ‌ଜୋଡ଼ୋ ଯାତ୍ରା’ର ସଫଳତାକୁ ଭୟ କରି ଗୈରିକ ଦଳର ‘ବିଦ୍ବେଷ କାରଖାନା’ ‘ଅପକର୍ମ’ରେ ମାତିଛି।

Comments are closed.