ଏବେଠୁ କରନ୍ତୁ ପୂଜା ପ୍ରସ୍ତୁତି, ନିଜକୁ ଦିଅନ୍ତୁ ପୂଜା ଲୁକ
ଭୁବନେଶ୍ୱର : ଆସିଲା ପୂଜା ଋତୁ। ନୂଆ ଜିନିଷ କିଣା କିଣି ସଜବାଜ ହେବାର ସମୟ। ଏହା ସହିତ କାହା ଘରକୁ ଗଲେ କି ନିଜ ଘରେ ପୂଜା ସମୟରେ ନିଜକୁ ଟ୍ରାଡିସନାଲ ଲୁକ ଦେବାର। ଏହି ଉତ୍ସବରେ ମହିଳାମାନେ ବିଭିନ୍ନ ପ୍ରକାରର ଶାଢ଼ି ପିନ୍ଧି ନିଜକୁ ନୂଆ ଲୁକ୍ ଦେଇଥାନ୍ତି। କେଉଁ ଶାଢ଼ି ପିନ୍ଧିଲେ ନିଜକୁ ଭିନ୍ନ ଲୁକ୍ ଦେଇପାରିବେ ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ….
ଜାଣି ରଖନ୍ତୁ…
ଶାଢ଼ି ମଧ୍ୟରେ ବନାରସୀ ହ୍ୟାଣ୍ଡଲୁମ୍ ଶାଢ଼ି ବେଶ୍ ଲୋକପ୍ରିୟ। ଗୋଲ୍ଡ ଏବଂ ସିଲ୍ଭର୍ କଲର୍ ବର୍ଡ଼ର ଥିବା ଶାଢ଼ି ଆପଣ କିଣିପାରିବେ, ଯାହା ଆପଣଙ୍କୁ ଗର୍ଜିଅସ୍ ଲୁକ୍ ଦେବ। ଏହା ସହ ଆପଣ ମ୍ୟାଚିଙ୍ଗ୍ କରି ଅଳଙ୍କାର ବି ଲଗାଇପାରିବେ।
କୌଣସି ପର୍ବପର୍ବାଣିରେ କାଞ୍ଜିଭରମ୍ ସିଲକ୍ ଶାଢ଼ିର ଚାହିଦା ଅଧିକ ରହିଥାଏ। ଏହାର ସୁନ୍ଦର ଡିଜାଇନ୍ ପାଇଁ ଏହାକୁ ମହିଳାମାନେ ବେଶି ପସନ୍ଦ କରିଥାନ୍ତି। ରେଡ୍ କଲର୍ ବର୍ଡର ଥିବା ୟେଲୋ କଲର୍ ଶାଢ଼ି ଆପଣ ଏହି ଦିନେ ପିନ୍ଧି ପାରିବେ।
ଶାଢ଼ି ସହ ଟ୍ରାଡିଶ୍ନାଲ୍ ମେକ୍ ଅପ୍ ବି ବେଶ୍ ସୁନ୍ଦର ଲାଗିବ।
ଭାରତୀୟ ପରମ୍ପରା ଅନୁସାରେ ସମ୍ବଲପୁରୀ ଶାଢ଼ିର ବି ଢେର୍ ଆକର୍ଷଣ ରହିଛି। ତେଣୁ ପଶାପାଲି ବର୍ଡର ଥିବା ଶାଢ଼ି ସହ ମେଟାଲିକ୍ ଜୁଏଲେରି ବି ଆପଣ ଲଗାଇ ପାରିବେ।
ସାଧାରଣତଃ ସିନ୍ଥେଟିକ୍ ଶାଢ଼ିଗୁଡ଼ିକ ପତଳା ଓ ହାଲ୍କା। ଇଅରିଙ୍ଗସ୍, ନେକଲେସ୍ ଓ ସ୍ୟାଣ୍ଡେଲ୍କୁ ଶାଢ଼ି ସହ ମ୍ୟାଚ୍ କରି ଆମେ ଏହି ଦିନ ପିନ୍ଧିପାରିବା। ଏହା ଆପଣଙ୍କୁ ଷ୍ଟାଇଲିସ୍ ଓ ମଡର୍ନ ଲୁକ୍ ଦେଇପାରିବ।
Comments are closed.