କେନାଲରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ମୟୁରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : କେନାଲରୁ ନବ ଜାତକ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର | ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଭୀମତାଳି ଗ୍ରାମରେ | ଭୀମତାଳି ଗ୍ରାମ ନିକଟରେ ଥିବା କେନାଲରେ ଜଣେ ଶିଶୁପୁତ୍ରର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି | ତେବେ କିଏ ଏବଂ କଣ ପାଇଁ ନବ ଜାତକ ଶିଶୁ ପୁତ୍ରକୁ କେନାଲରେ ଫୋପାଡ଼ି ଦେଇଛି ତାହା ଜଣା ପଡି ନ ଥିବା ବେଳେ ପୋଲିସ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି |

 

Comments are closed.