ଖାଉଛନ୍ତି କି ଏହି ପରିବା, ଜାଣନ୍ତୁ ଖାଇବା ଦ୍ବାରା କଣ ମିଳେ ଲାଭ

ଆମେ ଆମର ଜୀବନ ଶୈଳୀକୁ ଏମିତି କରିଛନ୍ତି ଯେ ଆମକୁ ପରିବା ପସନ୍ଦ ଖାଇବାକୁ ପସନ୍ଦ କରୁନାହାଁନ୍ତି ।
ପୋଟଳ ଖାଇବା ଦ୍ୱାରା ଶରୀରରେ ବହୁତ ଫାଇଦା ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର ବହୁ ଗମ୍ଭୀର ସମସ୍ୟାକୁ ଦୁର କରିଥାଏ । ପୋଟଳରେ ଭିଟାମିନ-ଏ, ଭିଟାମିନ-ବି ୧, ବି ୨ ଓ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି । ଏହାସହ ପୋଟଳରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଛି ।
ପୋଟଳ ଚୋପାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଭରପୂର ମାତ୍ରାରେ ରହିଛି। ଦୈନିକ ପୋଟଳ ଖାଇବା ଦ୍ୱାରା ଡାଏବେଟିସ, ଏନେମିଆ ଓ ହାର୍ଟ ଜନିତ ରୋଗରେ ଉପଶମ ମିଳିଥାଏ । ଆସନ୍ତୁ ଜାଣିବା ଦୈନିକ ପୋଟଳ ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ ।

ରକ୍ତ ଅଭାବ ପୁରଣ କରିଥାଏ

ଯଦି ଆପଣ ଏନେମିଆ ଅଭାବକୁ ପୁରଣ କରିବାକୁ ଚାହାଁନ୍ତି ତେବେ ଖାଦ୍ୟରେ ପ୍ରତିଦିନ ପୋଟଳ ସାମିଲ କରନ୍ତୁ । ପୋଟଳରେ ଭିଟାମିନ-ଏ, ଭିଟାମିନ-ବି ୧, ବି ୨ ଓ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି । ଏହାର ସେବନ ଦ୍ୱାରା ଏନେମିଆରୁ ମୁକ୍ତି ମିଳିପାରେ । ଏହା ଥକାପଣ ଓ ଶାରୀରିକ କଷ୍ଟ ଦୁର କରିଥାଏ ।
ହାର୍ଟର ସୁରକ୍ଷା କରିଥାଏଯଦି ହାର୍ଟକୁ ସୁସ୍ଥ ରଖିବାକୁ ଚାହାଁନ୍ତି ତ ଦୈନିକ ଭୋଜନରେ ପୋଟଳ ସାମିଲ କରନ୍ତୁ । ଏଥିରେ ପ୍ରାକୃତିକ ଭାବେ ଆଣ୍ଟିଅକ୍ସିଡାଣ୍ଟ ଓ ଏଣ୍ଟି ଇନଫ୍ଲାମେଟୋରୀ ଭଳି ବହୁ ତତ୍ତ୍ୱ ରହିଛି । ଯଦି ଆପଣ ହାର୍ଟ ଆଟାକ ଭଳି ଅସୁବିଧାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ପୋଟଳ ଖାଦ୍ୟରେ ସାମିଲ କରନ୍ତୁ ।

ପାଚନ କ୍ଷମତାକୁ ସୁସ୍ଥ ରଖିଥାଏ ପାଚନ ଶକ୍ତିକୁ ଶକ୍ତିଶାଳି କରିବାକୁ ହେଲେ ଦୈନିକ ପୋଟଳ ଖାଆନ୍ତୁ । କୋଷ୍ଠ କାଠିନ୍ୟ, ପେଟ ଫୁଲିବା ଓ ଅଲସର ସମସ୍ୟା ଦୁର କରିଥାଏ ପୋଟଳ । ତେଣୁ ଖାଦ୍ୟରେ ପୋଟଳ ସାମିଲ କରିବା ବହୁତ ଲାଭକାରୀ ହୋଇଥାଏ ।

ଡାଏବେଟିସ ନିୟନ୍ତ୍ରଣ କରିଥାଏଯଦି ଆପଣ ଡାଏବେଟିସକୁ କଣ୍ଟ୍ରୋଲରେ ରଖିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ପୋଟଳକୁ ଜରୁର ସାମିଲ କରନ୍ତୁ । ଏହାର ସେବନ ଦ୍ୱାରା ମେଟାବୋଲିଜିମରେ ସୁଧାର ଆସିବା ସହ ବ୍ଲଡ ସୁଗାର ନିୟନ୍ତ୍ରଣ ହୋଇଥାଏ । ଏଥିରେ ଥିବା ଗ୍ଲାଇସେମିକ ତତ୍ତ୍ୱ ଇନସୁଲିନ କ୍ଷରଣକୁ ସକ୍ରିୟ କରି ଡାଏବେଟିସକୁ କଣ୍ଟ୍ରୋଲ କରିଥାଏ ।

Comments are closed.