ଭାରତୀୟ ନୌସେନାରେ ସାମିଲ ହେଲା ବିକ୍ରାନ୍ତ

କୋଚି: ନିଜର ସାମରିକ ଶକ୍ତିକୁ ଭାରତ ସବୁବେଳେ ଗୁରୁତ୍ଵ ଦେଇଛି । ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। କାରଣ ଆଜି ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। ଏଥିପାଇଁ କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାକ୍ରାଫ୍ଟ କ୍ୟାରଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଛନ୍ତି।

ଏଥିସହ ସେ କୋଚି ଶିପୟାର୍ଡରେ ନୌସେନାର ନୂଆ ବ୍ୟାଜର ଉନ୍ମୋଚନ କରିଛନ୍ତି। ଆଇଏନଏସ୍‌ ବିକ୍ରାନ୍ତର ଜଳାବତରଣ ଓ ବ୍ୟାଜ୍‌ ଉନ୍ମୋଚନରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ, କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।

Comments are closed.