କାନ୍ଥ ପଡି ୨ଭଉଣୀଙ୍କ ମୃତ୍ୟୁ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : କାନ୍ଥ ପଡି ଗୋଟିଏ ପରିବାରର ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଲୁହାକାନି ପଞ୍ଚାୟତ ଭୋଳବେଡା ଗ୍ରାମରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ପାଇଁ କାନ୍ଥ ଗଡି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଅନୀଲ କୁମାର ଗିରିଙ୍କ ଦୁଇ ଝିଅ ନିହାରିକା ଗିରି (୫) ଓ ସୁଇଟି ଗିରି (୧୨)। କାନ୍ଥ ଚାପି ଯିବା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିବାର ସଦ୍ୟସଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ନିହାରିକା ଓ ସୁଇଟିଙ୍କର ମୃତ୍ୟୁ ଘଟିସାରିଥିଲା। ବିଶୋଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଗଭୀର ଶୋକବ୍ୟକ୍ତ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

Comments are closed.