ଭୂକମ୍ପ-ସୁନାମୀ ମଧ୍ୟ ଏହି ପଥରକୁ ହଲାଇବାକୁ ଅସମର୍ଥ, ଜାଣନ୍ତୁ କଣ ରହିଛି ଏହାର ରହସ୍ୟ

ମହାବଳୀପୁରମ: ତାମିଲନାଡୁ ରାଜ୍ୟର ବହାବଳୀପୁରମରେ ଭାରତ ଗସ୍ତରେ ଆସିଥିବା ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ହୋଇଥିଲା । ଏହି ଅବସରରେ ଜିନପିଙ୍ଗଙ୍କୁ ମହାବଳୀପୁରମର କେତେକ ଦର୍ଶନୀୟ ସ୍ଥାନକୁ ନେଇ ଦେଖାଇଥିଲେ ମୋଦୀ । ମହାବଳୀପୁରମରେ ଏକ ବିଶାଳ ପଥର ଆଗରେ ଠିଆ ହୋଇ ଫଟୋ ଉଠାଇଥିଲେ ମୋଦୀ ଓ ଜିନପିଙ୍ଗ । ଏହି ବିଶାଳ ପଥରଟି ବହୁତ ଛୋଟ ଜାଗାରେ ଓ ଆଗକୁ ମାଡି ଆସୁଥିବା ଭଳି ରହିଛି । ଦେଖିଲେ ଲାଗିବ କି, ସତେ ଯେପରି ପଥରଟି ଟିକେ ବି ହଲଚଲ ହେଲେ ତଳକୁ ଗଡିପଡିବ । କିନ୍ତୁ କୁହାଯାଉଛି ଯେ, ପ୍ରାୟ ୧୩୦୦ ବର୍ଷ ପୂର୍ବରୁ ଏହି ପଥରଟି ଏହିପରି ଭାବେ ରହିଛି ।
ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ..
ମହାବଳୀପୁରମର ଏକ ପାହାଡର ଉପରି ଭାଗରେ ଏହି ପଥରଟି ରହିଛି, ଯାହାକୁ ଲୋକମାନେ କୃଷ୍ଣା ବଟର ବଲ ନାମରେ ଜାଣିଛନ୍ତି । ୧୩୦୦ ବର୍ଷ ପୂର୍ବରୁ ଏପରି ଏପରି ରହିଥିବା ଏହି ପଥରକୁ ସେହି ସ୍ଥାନରୁ ହଟାଇବାକୁ ବହୁ ଲୋକ ପ୍ରୟାସ କରିଛନ୍ତି । କିନ୍ତୁ ପଥର ହଟାଇବାରେ କାହାରିକୁ ବି ସଫଳତା ମିଳିପାରି ନାହିଁ ।


୧୩୦୦ ବର୍ଷରେ କେତେଥର ଭୂକମ୍ପ,ସୁନାମୀ ଆସି ଯାଇଛି, କିନ୍ତୁ ପଥରଟି ଟିକେ ବି ହଲି ନାହିଁ । ଏହାର ଓଜନ ୨୫୦ ଟନ୍ ରହିଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ଦୁର ଦୁରରୁ ଲୋକେ ଆସିଥାନ୍ତି । ଲୋକେ ଏହାକୁ କୃର୍ଷ୍ଣା ବଟର ବଲ ବା ୱାନିରାଇ କାଳ କହନ୍ତି । ଯାହାର ଅର୍ଥ- ଆକାଶରେ ଭଗବାନଙ୍କ ପଥର । ପଥରଟିର ଉଚ୍ଚତା ୨୦ ଫୁଟ ଥିବା ବେଳେ ଚଉଡା ୫ ମିଟର ରହିଛି । ଏତେ ଉଚ୍ଚାରେ ରହି ତଳକୁ ନ ଗଡୁଥିବାରୁ ସେଠାକାର ଲୋକମାନେ ଏହାକୁ ଦେବାତାଙ୍କ କୃପା ବୋଲି ମାନିଥାନ୍ତି ।

ତେବେ ପଥର ପଛରେ ପୌରାଣିକ କାହାଣୀ ମଧ୍ୟ ରହିଛି । ସ୍ଥାନୀୟ ହିନ୍ଦୁଲୋକଙ୍କ କହିବା ମୁତାବକ, ଭଗବାନ କୃଷ୍ଣ ଚୋରୀ କରୁଥିବା ଲହୁଣୀର ହେଉଛି ଏହି ପଥର । କିଛି ଲୋକ ତ ଏହାକୁ ସ୍ୱର୍ଗରୁ ଗଡି ଆସିଥିବା ପଥର କହିଛନ୍ତି । ବହାବଳୀପୁରରେ ପଲ୍ଲବ ବଂଶର ରାଜା ନରସିଂହ ଦେବ ବର୍ମନ ଏହି ପଥରକୁ ହଟାଇବା ପାଇଁ ପ୍ରୟାସ କରି ନିରାଶ ହୋଇଥିଲେ ।

Comments are closed.