ସ୍କାର୍ଟଫୋନ ବିନା ବର୍ଷେ ରହିଥିବା ମହିଳାଙ୍କୁ ୭୧ ଲକ୍ଷ ଟଙ୍କା

ଆଜିକାଲିର ଦୁନିଆରେ ସମସ୍ତ କାମ ପାଇଁ ଲୋକମାନେ ସ୍କାର୍ଟଫୋନ ଉପରେ ନିର୍ଭର କରିବାରେ ଲାଗିଛନ୍ତି । ଫୋନ୍ ବିନା ୧ ଘଣ୍ଟା ବି ୧ ବର୍ଷ ପରି ଲାଗିଥାଏ । କିନ୍ତୁ ଆପଣଙ୍କୁ ଯଦି ସ୍କାର୍ଟଫୋନ୍ ଛାଡି ରହିବାକୁ ମୋଟା ରକମର ଟଙ୍କା ଅଫର୍ ମିଳିବ, ତେବେ ଆପଣ କଣ ସ୍କାର୍ଟଫୋନ୍ ଛାଡିପାରିବେ ? ଏଭଳି ପ୍ରତିଯୋଗିତାର ଆୟୋଜନ କରିଛି ଏକ କମ୍ପାନୀ, ଯେଉଁଥିରେ ସ୍କାର୍ଟଫୋନ୍ ବିନା ୧ ବର୍ଷ ରହିଥିବା ବ୍ୟକ୍ତିଙ୍କୁ ୭୧ ଲକ୍ଷ ଟଙ୍କା ଦିଆଯାଉଛି ।

ଆମେରିକାର ଜଣେ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇ ଜିତିବାର ଅଳ୍ପ ଦୂରରେ ଅଛନ୍ତି । ମହିଳା ଜଣକ ବିନା ସ୍କାର୍ଟଫୋନରେ ୧୦ ମାସ ରହିସାରିଲେଣି । ପୂରା ଗୋଟେ ବର୍ଷ ବିନା ସ୍କାର୍ଟଫୋନରେ ରହିଲେ ମହିଳା ଜଣଙ୍କୁ ୭୧ ଲକ୍ଷ ଟଙ୍କା ଉପହାରରେ ମିଳିବ । ତେବେ ୨୯ ବର୍ଷିୟା ଏଲାନା ମଗଡୈନ ନାମକ ଏହି ମହିଳା ଆମେରିକାର କମ୍ପାନୀ ଦ୍ୱାରା ଆୟୋଜିତ Scroll Free for a Year ନାମକ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Comments are closed.