ଆଜିଠୁ କମିବ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା | ଭାରତୀୟ ପାଣିପାଗ କେନ୍ଦ୍ର ଭୁବନେଶ୍ୱର କାର୍ଯ୍ୟାଳୟର କହିବା ଅନୁସାରେ ଶନିବାର ସକାଳେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଥାଇଲ୍ୟାଣ୍ଡ ଉପକୂଳରେ ଏକ ନୂତନ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ଏବଂ ରବିବାର ଦିନ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, ଗଜପତି, କଟକ ଏବଂ ଜଗସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ, ଆଜି ଠାରୁ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ କମିବ । ଶୀତର ବିଶେଷ ପ୍ରଭାବ ରହିବନାହିଁ, ୧୭ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ।
Comments are closed.