ଆପଣଙ୍କର ହେଉଛି କି ମୁଣ୍ଡ ବିନ୍ଧା, ଜାଣନ୍ତୁ ସେହି ସମୟରେ କଣ କରିବେ

ଶୀତଦିନେ ନିଜ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହିଦିନରେ ସହଜରେ ଥଣ୍ଡାଜ୍ୱର ହୋଇଥାଏ। ସେହିପରି ଶୀତଲହରି କାରଣରୁ ଅନେକ ସ୍ଥାନରେ ଥଣ୍ଡା ପବନ ସହ ଶୀତ ଅନୁଭବ ହେଉଛି। ଥଣ୍ଡା ପବନ କାରଣରୁ ଅଧିକାଂଶଙ୍କର ଅସହ୍ୟ ମୁଣ୍ଡ ବିନ୍ଧା ହୋଇଥାଏ। ଆପଣଙ୍କର ଏହି ସମସ୍ୟା ଥିଲେ କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ, ଯାଦ୍ୱାରା ମୁଣ୍ଡବିନ୍ଧା ଦୂର ହେବ।
ଡାକ୍ତରଙ୍କ ମତାନୁସାରେ ସୁସ୍ଥ ରହିବା ପାଇଁ ନିୟମିତ ହଳଦୀ ମିଶ୍ରିତ କ୍ଷୀର ପିଅନ୍ତୁ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଏହାସହ ଥଣ୍ଡା,କାଶ,ଜ୍ୱର ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ଶୀଘ୍ର ଭଲ ମଧ୍ୟ ହୋଇଥାଏ। ଏହାବ୍ୟତୀତ ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ୱାରା ଶୀତ କାରଣରୁ ହେଉଥିବା ମୁଣ୍ଡବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ବର୍ତ୍ତମାନ ସମୟରେ ସଭିଏଁ ହର୍ବଲ ଚା’ ପିଇବାକୁ ବେଶ୍‌‌ ପସନ୍ଦ କରୁଛନ୍ତି। ସେଥି ମଧ୍ୟରୁ ଗୋଟିଏ ହେଉଛି ଗ୍ରୀନ ଟି। ଏହାକୁ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ଖୁବ୍‌‌ ଶୀଘ୍ର ଆରାମ ମିଳିଥାଏ। ମୋଟାପଣ ଓ ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ। ଏହାର ସେବନ ଦ୍ୱାରା ଥଣ୍ଡା କାରଣରୁ ହେଉଥିବା ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ। ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବାକୁ ହେଲେ, ନିୟମିତ ହର୍ବଲ ଚା’ ପିଇବା ଲାଭଦାୟକ। ଏହା ପାଇଁ ତୁଳସୀପତ୍ର, ଅଦା, ଗୋଲମରିଚ, ମହୁ, ଡାଲଚିନି ଆଦି ଜିନିଷର ମଧ୍ୟ ବ୍ୟବହାର କରି ଚା’ ପ୍ରସ୍ତୁତ କରି ପିଇପାରିବେ।
ଆୟୁର୍ବେଦରେ କାଢାକୁ ଔଷଧ ବୋଲି କୁହାଯାଏ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଏହାସହ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ଖୁବ କମ୍‌‌ ଥାଏ। ଶୀତଦିନେ ହେଉଥିବା ମୁଣ୍ଡ ବିନ୍ଧା ଦୂର ପାଇଁ ଏହା ଖୁବ ଉପକାରୀ। ତେଣୁ କାଢା ସେବନ କରନ୍ତୁ। ଗୋଲମରିଚ, ଗୁଜୁରାତି, ଗୁଡ, ଅଶ୍ୱଗନ୍ଧା ଆଦି ବ୍ୟବହାର କରି କାଢା ପ୍ରସ୍ତୁତ କରନ୍ତୁ।
ସୂର୍ଯ୍ୟ ଶକ୍ତିର ପ୍ରମୁଖ ସ୍ରୋତ। ସୂର୍ଯ୍ୟଙ୍କ କିରଣ ଭିଟାମିନ୍‌‌ ଡିର ଅଭାବ ପୂରଣ କରିଥାଏ। ବିଶେଷ କରି ଶୀତଦିନେ ସକାଳେ ଅଳ୍ପ ସମୟ ଖରାରେ ରହିବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ଏହାଦ୍ୱାରା ଥଣ୍ଡାରୁ ମୁକ୍ତି ମିଳିଥାଏ। ଏହାସହ ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ମିଳିଥାଏ।

Comments are closed.