ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ୍ କରନ୍ତୁ ଅମୃତ ଭଣ୍ଡା, ମିଳିବ ଅନେକ ଫାଇଦା

ସାଧାରଣତଃ କଞ୍ଚା ଅମୃତଭଣ୍ଡାକୁ ଲୋକେ ତରକାରୀ, ଆଚାର, ସାଲାଡ ଆଦି ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌‌ ଉପକାରୀ। କଞ୍ଚା ଅମୃତଭଣ୍ଡା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ରହିଛି। ଭିଟାମିନ ଏ, ସି, ଇ ଆଦି ଭରପୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜଭୂତ କରିଥାଏ। ବୃଦ୍ଧି କରିଥାଏ। ଜାଣନ୍ତୁ ଏହାର ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରୀ ଗୁଣ..
କଞ୍ଚା ଅମୃତଭଣ୍ଡାରେ ଥିବା ପୋଷକ ତତ୍ତ୍ୱ ପାଚନ ଶକ୍ତିକୁ ସଠିକ ରଖିବାରେ ବେଶ ସହାୟକ ହୋଇଥାଏ। ଏଥିରେ ଫାଇବର ରହିଛି। ଯାହା କୋଷ୍ଠକାଠିନ୍ୟକୁ ଦୂର କରିଥାଏ। ପାଚନ ଶକ୍ତିକୁ ସୁସ୍ଥ ରଖିଥାଏ। ତେଣୁ ନିଜ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ନିଶ୍ଚୟ ସାମିଲ କରନ୍ତୁ।
ଏହାର ସେବନ ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ। ଫଳରେ ହୃଦୟଜନିତ ରୋଗ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
କଞ୍ଚା ଅମୃତଭଣ୍ଡା ପୋଷକ ତତ୍ତ୍ୱରେ ଭରପୁର। ଏଥିରେ ଭିଟାମିନ ବି, ସି, ଫାଇବର, ପୋଟାସିୟମ, ମେଗ୍ନେସିୟମରେ ଭରପୁର। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
କଞ୍ଚା ଅମୃତଭଣ୍ଡା ସେବନ ଦ୍ୱାରା ଓଜନ ହ୍ରାସ ହୋଇଥାଏ। ତେଣୁ ନିଜ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ।
ମଧୁମେହ ରୋଗୀ କଞ୍ଚା ଅମୃତଭଣ୍ଡା ସେବନ କରିବା ବେଶ୍‌‌ ଲାଭକାରୀ। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
କଞ୍ଚା ଅମୃତଭଣ୍ଡାରେ ଭିଟାମିନ ଏ, ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ରହିଛି। ଏହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ତ୍ୱଚାର ବ୍ରଣ, କୁଞ୍ଚନ ଆଦି ସମସ୍ୟାକୁ ଅମୃତଭଣ୍ଡା ଦୂର କରିଥାଏ।

Comments are closed.