ଆପଣ ଜାଣିଛନ୍ତି କି ଅଦାର ଚମତ୍କାରିତା ବିଷୟରେ, ତାହାଲେ ଜାଣନ୍ତୁ

ଅଦାର ବ୍ୟବହାର ଖାଦ୍ୟର ସ୍ୱାଦକୁ ବୃଦ୍ଧି ସହ ଅନ୍ୟାନ୍ୟ ଜିନିଷ ପାଇଁ ମଧ୍ୟ ହୋଇଥାଏ। ମାତ୍ର ଆପଣ ହୁଏତ ଜାଣିନଥିବେ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଅଦାର ଗୁଣ ଉଷ୍ଣ। ବିଶେଷ କରି ଏହି କାରଣରୁ ଶୀତଦିନେ ଅଦା ସେବନ ପାଇଁ ପରାମର୍ଶ ଦିଆଯାଇଥାଏ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଫଳରେ ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଜାଣନ୍ତୁ ନିଜ ଖାଦ୍ୟ କିଭଳି ଅଦାକୁ ସାମିଲ କରିବେ..
ଶୀତଦିନେ ଅଦା ସୁପ୍‌‌ ପ୍ରସ୍ତୁତ କରିବା ପାଇଁ ଅନ୍ୟ କିଛି ପନିପରିବାକୁ ମଧ୍ୟ ସାମିଲ କରିପାରିବେ। ଫଳରେ ଏହା ସ୍ୱାସ୍ଥ୍ୟକର ହେବା ସହ ସ୍ୱାଦିଷ୍ଟ ହୋଇଥାଏ। ଏହାର ସେବନ ଦ୍ୱାରା ଶରୀରକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ।
ଅଦାର ବରଫି ମଧ୍ୟ ଖୁବ୍‌‌ ସ୍ୱାଦିଷ୍ଟ। ଘରେ ଆପଣ ଏହାକୁ ସହଜରେ ପ୍ରସ୍ତୁତ କରିପାରିବେ। ଏହାକୁ ପ୍ରସ୍ତୁ କରିବା ପାଇଁ ଅଦା,ଚିନି, ଘିଅ ଆବଶ୍ୟକ। ପ୍ରଥମେ ଅଦାକୁ ଧୋଇ ଶୁଖାଇ ଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ କ୍ଷୀର ସହ ମିଶାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ ଘିଅ ଗରମ କରି ଏହାକୁ ପକାଇ ଗୋଳାନ୍ତୁ। ଏଥିରେ ଅଳ୍ପ ଚିନି ପକାଇ ଥଣ୍ଡା ହେବା ପରେ ଏକ ପାତ୍ରକୁ କାଢି ଚାରି କଣିଆ କାଟି ଦିଅନ୍ତୁ। ଏହାକୁ ସେବନ କରିବା ଦ୍ୱାରା ଥଣ୍ଡା , କାଶ ଆଦି ଦୂର ହେବା ସହ ଶରୀରକୁ ଶକ୍ତି ମିଳିଥାଏ।
ଅଦାର ଚଟଣି ପ୍ରସ୍ତୁତ କରି ମଧ୍ୟ ସେବନ କରି ପାରିବେ। ଏହାକୁ ବିଶେଷ କରି ରୁଟି ଓ ପରଟା ସହ ଖାଇ ପାରିବେ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଅଦା ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର। ଏହାର ସେବନ ଦ୍ୱାରା ପାଗ ପରିବର୍ତ୍ତନ କାରଣରୁ ହେଉଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ। ବିଭିନ୍ନ ପ୍ରକାର ସଂକ୍ରମଣ, ଥଣ୍ଡା, ଜ୍ୱର, କାଶରୁ ଏହା ରକ୍ଷା କରିଥାଏ। ଏଥିପାଇଁ ଅଳ୍ପ କିଛି ଅଦାକୁ ପେଷି ଏହାକୁ କ୍ଷୀରରେ ପକାଇ କିଛି ସମୟ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ।

Comments are closed.