ମହିଳାଙ୍କ ଅଧିକାର ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ,, ତାଲିବାନ୍

କାବୁଲ: ତାଲିବାନ ଶାସନ ଚାଲିଥିବା ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ଅତି ସାଂଘାତିକ ଭାବେ ସଙ୍କୁଚିତ ହୋଇଯାଇଛି। ମହିଳାମାନେ ଘରୁ ବାହାରିବା ବି ସମସ୍ୟା ହେଉଥିବା ବେଳେ ଉଚ୍ଚ ଶିକ୍ଷାନୁଷ୍ଠାନ ଦ୍ବାର ସେମାନଙ୍କ ପାଇଁ ବନ୍ଦ ହୋଇଯାଇଛି । ବିଭିନ୍ନ ଘରୋଇ ସଂସ୍ଥା ଏବଂ ସ୍ବେଚ୍ଛାସେବୀ ସଂଗଠନରେ କାର୍ଯ୍ୟ କରିବାକୁ ମହିଳାମାନଙ୍କୁ ବାରଣ କରାଯାଇଥିବା ବେଳେ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏକ ବିବୃତ୍ତିରେ କହିଛନ୍ତି ଯେ ମହିଳାଙ୍କ ଉପରେ ପ୍ରତିବନ୍ଧକକୁ ହଟାଇବା ତାଲିବାନ ସରକାରର ପ୍ରାଥମିକତା ନୁହେଁ। ତାଲିବାନ ନିଜର ନୀତି ଏବଂ ନିଜ ରାଷ୍ଟ୍ରର ପରମ୍ପରାକୁ ଦେଖି ନିଷ୍ପତ୍ତି ନେଉଛି।

ଇସ୍‌ଲାମିକ ନିୟମ ଉଲ୍ଲଂଘନ କରୁଥିବା କୌଣସି କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ ଏବଂ ଦେଶରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ ମହିଳାଙ୍କ ଅଧିକାର ଉପରେ ପ୍ରତିବନ୍ଧକ ଲଗାଯିବ। ଇସଲାମିକ୍ ସାରିଆ ଅନୁଯାୟୀ ସମସ୍ତ ବିଷୟ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରେ ଏବଂ ଶାସକ ତାଲିବାନ ଦେଶରେ ସାରିଆ ବିରୋଧରେ କାର୍ଯ୍ୟ କରିବାକୁ ଅନୁମତି ଦେଇ ପାରିବେ ନାହିଁ ବୋଲି ଜାବୁଲ୍ଲା କହିଛନ୍ତି।

Comments are closed.