ଧରା ପଡିଲେ ଇମ୍ରାନଙ୍କୁ ହତ୍ୟା ଧମକ ଦେଇଥିବା ସଦିଗ୍ଧ

ଇସଲାମାବାଦ: ଗତ ବର୍ଷ ଏକ ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଆଉ ୩ ଜଣଙ୍କୁ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ପିଏମଏଲ-ଏନର କାର୍ଯ୍ୟକର୍ତ୍ତା ମୁଦାସର ନାଜିର ଏବଂ ଅହସାନ ଅଲି। ଏମାନେ ସୋଶାଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିଥିବାରୁ ଗିରଫ କରାଯାଇଛି। ଅନ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ହେଉଛନ୍ତି ତାଇୟାବ ବଟ । ଇମ୍ରାନଙ୍କୁ ଆକ୍ରମଣରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ନବଙ୍କୁ ସାହାଯ୍ୟ କରିବାରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଗିରଫ କରାଯାଇଛି। ଗତ ବର୍ଷ ନଭେମ୍ବର ୩ ତାରିଖରେ ପାକିସ୍ତାନର ଗୁଜରାନୱାଲାରେ ଇମ୍ରାନ ଖାନଙ୍କ ଆଜାଦି ମାର୍ଚ୍ଚରେ ଗୁଳିକାଣ୍ଡ ଘଟିଥିଲା। ଇମ୍ରାନଙ୍କ କଣ୍ଟେନର ନିକଟରେ ଏହି ଗୁଳିକାଣ୍ଡ ଘଟିଥିଲା।

ଏଥିରେ ଇମ୍ରାନଙ୍କ ସମେତ ୫ ଜଣ ଆହତ ହୋଇଥିଲେ । ଇମ୍ରାନଙ୍କ ଡାହାଣ ଗୋଡରେ ଗୁଳି ବାଜିଥିଲା। ଇମ୍ରାନ ଖାନ ୨୦୧୮ ମସିହାରୁ ୨୦୨୨ ଏପ୍ରିଲ ଯାଏଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ । ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ଏହା ପରେ ପାକିସ୍ତାନ ମୁସଲିମ ଲିଗ ( ନୱାଜ) ଗୋଷ୍ଠୀର ଶେହନାଜ ସରିଫ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସରକାର ବିରୋଧରେ ଇମ୍ରାନ ଆନ୍ଦୋଳନ ଜାରି ରଖିଥିଲେ।

Comments are closed.