ପାକିସ୍ତାନର ଅବଦୁଲ ରେହମାନ ବିଶ୍ଵ ଆତଙ୍କବାଦୀ ଘୋଷଣା

ନୂଆଦିଲ୍ଲୀ: ପାକିସ୍ତାନର ଅବଦୁଲ ରେହମାନ ମାକ୍କିଙ୍କୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ବ ଆତଙ୍କବାଦୀ ବୋଲି ସୋମବାର ଘୋଷଣା କରାଯାଇଛି। ମାକ୍କି ହେଉଛନ୍ତି ଲସ୍କର – ଇ – ତୋଇବା ତଥା ୨୬-୧୧ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଶାଳକ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତବର୍ଷ ଜୁନରେ ଅବଦୁଲ ରେହମାନଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚିନ ଅଟକାଇ ଦେଇଥିଲା। ସୂଚନା ଯୋଗ୍ୟ ଯେ, ଅବଦୁଲ ରେହମାନଙ୍କ ଭାରତର ଜମ୍ମୁ – କଶ୍ମୀରରେ ବିଭିନ୍ନ ପ୍ରକାର ଅରାଜକତା କରିବାରେ ହାତ ରହିଛି। ଏହା ଜଣାପଡିବା ପରେ ଭାରତ ପକ୍ଷରୁ ତାଙ୍କୁ ଆତଙ୍କବାଦୀ ତାଲିକାରେ ତାଙ୍କ ନାମ ଯୋଡାଯାଇଥିଲା।

Comments are closed.