ରାମ ମନ୍ଦିର ଉପରେ ଆତଙ୍କବାଦୀଙ୍କ ଆଖି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହୋଇଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ ( ଜୈସ ଏ ମହମ୍ମଦ) ରାମ ମନ୍ଦିର ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରିଛି। ଏଥିପାଇଁ ଗୁଇନ୍ଦା ସଂସ୍ଥା ଗୁଡ଼ିକ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି।

ମନ୍ଦିର ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଜେଇଏମ୍‌ ଦ୍ବାରା ଫିଦାୟିନ ଆକ୍ରମଣ ପାଇଁ ଯେଉଁ ଯୋଜନା ହୋଇଛି ସେଥିରେ ଆତଙ୍କବାଦୀମାନେ ନେପାଳ ଦେଇ ପାକିସ୍ତାନ ପଟୁ ଭାରତକୁ ପ୍ରବେଶ କରିପାରନ୍ତି।

Comments are closed.