ଉପ ରାଜ୍ୟପାଳଙ୍କ ବିରୋଧରେ ଆପ ବିଧାୟକଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ : ଦିଲ୍ଲୀର ସରକାରୀ ସ୍କୁଲ୍‌ ଶିକ୍ଷକଙ୍କୁ ତାଲିମ ପାଇଁ ଫିନଲାଣ୍ଡ ପଠାଇବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଅନୁମତି ନଦେବାରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନେତୃତ୍ବରେ ଆଜି ଆପ୍‌ ବିଧାୟକମାନେ ଉପରାଜ୍ୟପାଳଙ୍କ ବାସଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଛନ୍ତି।

କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ବିଧାୟକମାନେ ଉପରାଜ୍ୟପାଳଙ୍କ ବାସଭବନ ପର୍ଯ୍ୟନ୍ତ ଆନ୍ଦୋଳନ ଯାତ୍ରା କରିବା ଦୁର୍ଭାଗ୍ୟଜନକ। ଏଲ୍‌ଜି ତାଙ୍କ ଭୁଲ୍‌ ବୁଝି ଫିନଲାଣ୍ଡରେ ଶିକ୍ଷକ ତାଲିମ ପାଇଁ ଅନୁମତି ଦେବା ଉଚିତ। କେଜ୍ରିୱାଲ କହିଛନ୍ତି, ଉପରାଜ୍ୟପାଳ ଆମ ହେଡମାଷ୍ଟର ନୁହନ୍ତି ଯେ ଆମ ହୋମ୍‌ୱାର୍କ ଚେକ୍‌ କରିବେ।

Comments are closed.