କୋଭିଡର ନୂଆ ଭ୍ୟାରିଆଣ୍ଟ କିପରି ମୁକାବିଲା କରାଯିବ ଜାଣନ୍ତୁ
ଦେଶରେ କୋଭିଡର ନୂଆ ଭ୍ୟାରିଆଣ୍ଟ ଟିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁକାବିଲା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଜାରି ହୋଇଥିବା ନୂଆ ଗାଇଡଲାଇ ଅନୁସାରେ –
ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖାଯିବ ।
ବିମାନବନ୍ଦରରେ କରୋନା ଟେଷ୍ଟ କରାଯିବ ।
ଯେଉଁମାନେ ସଂକ୍ରମିତ ହେବେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ । ସେହିପରି ବିଦେଶୀ ଯାତ୍ରୀଙ୍କୁ ସର୍ଭେଲାନ୍ସ ସହ ସଙ୍ଗରୋଧ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ।
ଦେଶ ବାହାରୁ ଆସିଲେ ଟେଷ୍ଟି ସହ ଜେନମ ସିକ୍ୟୁଏନସିଂ କରାଯିବ ।
ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯିବା ସହ ଟେଷ୍ଟି, ଟ୍ରାକିଂ, ଟ୍ରିଟମେଣ୍ଟକୁ ଫୋକସ କରାଯିବ ।
କମ୍ୟୁନିଟି ସର୍ଭେଲାନ୍ସକୁ ଜୋରଦାର ହେବ ।
ଯେଉଁସବୁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ସେହି ଅଞ୍ଚଳକୁ ସିଲ କରାଯିବ ।
Comments are closed.